ପରଲୋକରେ ଶକୁନ୍ତଳା ଚୌଧୁରୀ, ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ସେ ଆସାମର ଜଣାଶୁଣା ଗାନ୍ଧୀବାଦୀ ନେତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ଥିଲେ ।

0

(ଆସାମ) : ପରଲୋକରେ ୧୦୨ ବର୍ଷୀୟା ଶକୁନ୍ତଳା ଚୌଧୁରୀ । ସେ ଆସାମର ଜଣାଶୁଣା ଗାନ୍ଧୀବାଦୀ ନେତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ଥିଲେ । ତାଙ୍କୁ ଚଳିତ ବର୍ଷ କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥଲା। ଶକୁନ୍ତଳା ଦେବୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ କରିଛନ୍ତି। ତାଙ୍କ ଅନ୍ତିମ ସଂସ୍କାର ରାଜକୀୟ ସମ୍ମାନ ସହିତ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।

ସୂଚନାନୁଯାୟୀ , ଦୀର୍ଘ ୧୦ ବର୍ଷ ହେଲା ଶରଣୀୟା ଆଶ୍ରମରେ ତାଙ୍କର ଚିକିତ୍ସା ଚାଲିଥିଲା। ବୟସାଧିକ କାରଣରୁ ରବିବାର ରାତିରେ ତାଙ୍କର ଦେହାନ୍ତ ହୋଇଛି। ସେ ଅନେକ ବର୍ଷ ହେବ ଗୁୱାହାଟୀର ଶରଣୀୟ ପାହାଡ଼ ସ୍ଥିତ କସ୍ତୁରବା ଗାନ୍ଧୀ ଆଶ୍ରମରେ ରହୁଥିଲେ। ତାଙ୍କ ଅନ୍ତିମ ସଂସ୍କାର ରାଜକୀୟ ସମ୍ମାନ ସହିତ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।