ଦାଉ ସାଧୁଛି ଋଷ ପୋଲିସ !

ଋଷ: ଥମୁନି ୟୁକ୍ରେନ-ଋଷ ଯୁଦ୍ଧ । ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି , ଆମ ପାଇଁ ଆହୁରୀ ୨୪ ଘଣ୍ଟା । ୟୁକ୍ରେନ ନାଗରିକ ମାନେ ଭୟରେ ରହିଛନ୍ତି । ସେପଟେ ଏଭଳି ଯୁଦ୍ଧକୁ ଗ୍ରହଣ କରିପାରୁନାହାନ୍ତି ଖୋଦ ଋଷ ବାସୀ। ଯେଉଁଥିପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ଋଷର ନାଗରିକ । ଯଥାଶିଘ୍ର ଯୁଦ୍ଧ ବନ୍ଦ କରିବାକୁ ନାରା ଦେଉଥିବା ଦେଖିବବାକୁ ମିଳିିଛି । ଫଳରେ ଆନ୍ଦୋଳନକାରିଙ୍କ ଉପରେ ଦାଉ ସାଧୁଛି ଋଷ ପୋଲିସ । ସେମାନଙ୍କ ଉପରେ ନିସ୍ତୁକ ମାଡର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ୟୁକ୍ରେନ ଆକ୍ରମଣ ବିରୋଧରେ ଆୟୋଜିିତ ଏକ ର।।ଲିରେ ରୁଷୀୟ ପୋଲିା ବିକ୍ଷୋଭକାରୀଙ୍କୁ ପିଟିଥିବାର ଭିଡିଓ ସୋସିଆ ମିଡିଆରେ ଭାଇରାଲ ହେଉଛିି । ଯୁଦ୍ଧ ବିିରୋଧରେ ଆଜିକୁ ୫ ଦିନ ହେବ ବିକ୍ଷୋଭ ଜାରି ରହିଛି । ଉକ୍ରାନିଆନ୍‌୍ ଗଣମାଧ୍ୟମ ଅନୁଯାୟୀ, ମସ୍କୋରେ ମହିଳା ବିିକ୍ଷୋଭକାରୀଙ୍କୁ ରୁଷୀୟ ପୋଲିସ ନିସ୍ତୁଡ ମାଡ ମାରିଥିବା ଘଟଣାକୁ ନିନ୍ଦା ଚାରିଆଡେ କରାଯାଉଛି । ଋଷ ରାଜଧାନୀ ମସ୍କୋ ସମେତ ୪୮ଟି ଅଞ୍ଚଳରେ ୨୦୦୦ ରୁ ଅଧିକ ପ୍ରଦର୍ଶନକାରୀଙ୍କୁ ଋଷ ପୋଲିସ ଅଟକ ରଖିଛି । ଏହା ପୂର୍ବରୁ ମଧ୍ୟ ଋଷ ବିରୋଧରେ ପ୍ରଦର୍ଶନ କରୁଥିବା ପାଖାପାଖି ୫୦୦ ଲୋକଙ୍କୁ ଅଟକ ରଖାଯାଇଥିବା ସୂଚନା ରହିଛି ।କେବଳ ଋଷ ନୁହେଁ ଅନ୍ୟ ପାଶ୍ଚାତ୍ୟ ରାଷ୍ଟ୍ର ମାନଙ୍କରେ ମଧ୍ୟ ଋଷର ଆକ୍ରମଣକୁ ବିରୋଧ କରାଯାଇ ପ୍ରଦର୍ଶନ ହୋଇଛି । ସମଗ୍ର ୟୁରୋପରେ ହଜାର ହଜାର ଲୋକ ଶୋଭାଯାତ୍ରା କରିଥିଲେ, ଯେଉଁଥିରେ ୧୦୦,୦୦୦ ଲୋକ ବର୍ଲିନରେ ବିରୋଧ ପ୍ରଦର୍ଶନ କରିଥିଲେ ।