ଭୁବନେଶ୍ୱର : ଝାଡୁର ବ୍ୟବହାର ପ୍ରତ୍ୟେକ ଘରେ କରାଯାଏ । ଘରକୁ ସଫାସୁତୁରା କରିବା ପାଇଁ ବ୍ୟବହାର କରାଯାଉଥିବା ଝାଡୁରେ ମା’ଲକ୍ଷ୍ମୀ ବାସ କରିଥାଆନ୍ତି ବୋଲି ମାନ୍ୟତା ରହିଛି । ତେଣୁ ଶାସ୍ତ୍ରରେ ଝାଡୁକୁ ନେଇ ଅନେକ ନିୟମ ମଧ୍ୟ ବର୍ଣ୍ଣନା କରାଯାଇଛି । ଝାଡୁ ସହ ଜଡିତ କିଛି ନିୟମ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ । ଏହି ନିୟମର ପାଳନ କରିବା ଦ୍ୱାରା ଆର୍ଥିକ କ୍ଷେତ୍ରରେ ଥିବା ସମସ୍ୟା ଦୂର ହୋଇ ଧନଲାଭ ହୋଇଥାଏ । ଝାଡୁ କିଣିବା ପୂର୍ବରୁ କିମ୍ବା ଫୋପାଡିବା ପୂର୍ବରୁ ବାରର ଗୁରୁତ୍ୱ ରହିଛି । ଝାଡୁ ସହ ଜଡିତ ନିୟମର ପାଳନ କରିବା ଦ୍ୱାରା ଧନପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ । ଜାଣନ୍ତୁ..
ପୁରୁଣା ଝାଡୁକୁ କଦାପି ଗୁରୁବାର କିମ୍ବା ଶୁକ୍ରବାର ଏହାକୁ ଫିଙ୍ଗିବା ଉଚିତ ନୁହେଁ । ଏହି ଦିନ ମା’ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କୁ ସମର୍ପିତ । ଏହିଦିନ ଝାଡୁକୁ ବାହାରେ ଫିଙ୍ଗିବା ଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି । ଝାଡୁରେ କଦାପି ଗୋଡ ମାରନ୍ତୁ ନାହ ।ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଝାଡୁ କିଣିବା ପାଇଁ ମଙ୍ଗଳବାର ଓ ଶନିବାର ଦିନ ଖୁବ ଶୁଭୟ ଏହାଦ୍ୱାରା ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତିରେ ଶୁଭ ପରିବର୍ତ୍ତନ ହୋଇଥାଏୟ ଘରେ ସମ୍ପନତା ଆସିଥାଏ ।
ମା’ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ । କୃଷ୍ଣ ପକ୍ଷରେ ଝାଡୁ କିଣିବା ଶୁଭଙ୍କର ବୋଲି କୁହାଯାଏ । ଝାଡୁକୁ ସର୍ବଦା ଏପରି ସ୍ଥାନରେ ରଖନ୍ତୁ,ଯେପରି ଏହା ଉପରେ କାହାରି ନଜର ପଡିବ ନାହିଁ । ଝାଡୁକୁ ଭୁଲରେ ମଧ୍ୟ ଖଟ ତଳେ ରଖନ୍ତୁ ନାହିଁ । ସୂର୍ଯ୍ୟୋସ୍ତ ପରେ ଘରେ କଦାପି ଝାଡୁ କରନ୍ତୁ ନାହିଁ । ଏହାଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି ।