ରାଉରକେଲା କଲେଜର ଦ୍ବିଦିବସୀୟ ପାଠଚକ୍ର ସଂପାନ ସଂପନ୍ନ

ରାଉରକେଲା: ରାଉରକେଲା କଲେଜର ଓଡିଆ ବିଭାଗ ପକ୍ଷରୁ ଦ୍ବିଦିବସୀୟ ପାଠଚକ୍ର ସଂପାନ ସଂପନ୍ନ ହୋଇଯାଇଛି। ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଂପାନରେ ଓଡିଆ ବିଭାଗର ବରିଷ୍ଠ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଓ ଡଃ ଅରବିନ୍ଦ ଦାସ ଓଡିଆ ଶିଶୁ ସାହିତ୍ୟରେ ବିକାଶର ଧାରା ସଂପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ସୁଶ୍ରୀ ବବିତା କୁମାରୀ ଜେନା ‘ଶିଶୁ ସାହିତ୍ୟକୁ ଆକାଶବାଣୀର ଅବଦାନ ‘,ସୁଶ୍ରୀ ପ୍ରୀତି ସିଂ ‘ ଶିଶୁସାହିତ୍ଯ ର ଜନ୍ମଜାତକ,ସଂଜ୍ଞା ସହ ବିଶ୍ବ ଶିଶୁସାହିତ୍ୟ ସଂପର୍କରେ ଧାରଣା ପ୍ରଦାନ ‘,ସୁଶ୍ରୀ ପ୍ରିୟଙ୍କା ସେଠୀ ଶିଶୁସାହିତ୍ଯ ବିକାଶରେ ମୁଦ୍ରଣ ଯନ୍ତ୍ର ଏବଂ ପତ୍ର ପତ୍ରିକାର ଭୂମିକା ‘,ଅନିଲ କୁମାର ବାରିକ ‘ସ୍ବାଧୀନତା ପୂର୍ବବର୍ତ୍ତୀ ଓଡିଆ ଶିଶୁସାହିତ୍ଯର ପୃଷ୍ଠଭୂମି ‘,ସୁଶ୍ରୀ ସୀମା ଛତ୍ରିଆ ‘ଶିଶୁସାହିତ୍ଯରେ ଭକ୍ତକବି ମଧୁସୂଦନ ରାଓଙ୍କ ଭୂମିକା ‘,ସୁଶ୍ରୀ ଭାଗ୍ୟଶ୍ରୀ ସାହୁ ‘ସ୍ବାଧୀନତା ପରବର୍ତ୍ତୀ ଓଡିଆ ଶିଶୁସାହିତ୍ଯର ପୃଷ୍ଠଭୂମି ଓ ବିକାଶଧାରା’,ସୁଶ୍ରୀ ମମତା ସୁରିନ ‘ଓଡିଆ ଶିଶୁ ସାହିତ୍ୟର ବିକାଶରେ ଶିଶୁ ପତ୍ରିକାର ଅବଦାନ ‘,ସୁଶ୍ରୀ ପୁନମ ଟପ୍ପୋ ‘ଶିଶୁସାହିତ୍ଯର ସ୍ବରୂପ ଓ ପ୍ରକାର ଭେଦ’, ସୁଶ୍ରୀ ଶୃତି ଗନ୍ତାଘରିଆ ‘ ଶିଶୁସାହିତ୍ଯର ସାହିତ୍ୟିକ ମୂଲ୍ୟ ଓ ସୁଶ୍ରୀ ନିକିତା ସାହୁ ‘ ଓଡିଆ ଶିଶୁସାହିତ୍ଯର ଗତି ଓ ସ୍ଥିତି ‘, ସଂପର୍କରେ ଆଲୋଚନା ସହ ପ୍ରବନ୍ଧ ପାଠ କରିଥିଲେ। ଉଭୟ ଅଧ୍ୟାପକ ଶିଶୁ ସାହିତ୍ୟ ଉପରେ ଆଲୋଚନା କରି କହିଲେ ଯେ ଏକଦା ଓଡିଆ ସାହିତ୍ୟ ଭିତରେ ଶିଶୁସାହିତ୍ଯ ଅପାଂକ୍ତେୟ ଭଳି ଥିଲା। ତେବେ ପଞ୍ଚତନ୍ତ୍ର ଓ ହିତୋପଦେଶ ଆଦି ପ୍ରକାଶ ପାଇବା ପରେ ଶିଶୁସାହିତ୍ୟ ର କ୍ରମବିକାଶ ହୋଇଥିଲା। ସୁଶ୍ରୀ ପୁଷ୍ପାଞ୍ଜଳି ମୁଦୁଲିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପ୍ରାରମ୍ଭରେ ବବିତା, ନୈନା,ଶୁଭଲକ୍ଷ୍ମୀ, ସୁମନ ସ୍ବାଗତ ସଂଗୀତ ଗାନ କରିଥିବା ବେଳେ ଶେଷରେ ସୁଶ୍ରୀ ଶୁଭଶ୍ରୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ସର୍ବଶ୍ରୀ ସନ୍ତୋଷ, ବିଶ୍ବଜିତ, ଅଞ୍ଜଳୀ, ଦୀପିକା, ସୁରଜ,ସମୀର, ବଳରାମ ପ୍ରମୁଖ ସହଯୋଗ କରିଥିଲେ।