ରାଇରଙ୍ଗପୁରରେ ରୋଟାରୀ ରୟାଲ କ୍ଳବ୍ ତରଫରୁ ‘ କନ୍ୟା ଅନମୋଲ ହେ’ ରଥକୁ ସ୍ଵାଗତ

ରାଇରଙ୍ଗପୁର/ ସତ୍ୟାନାରୟଣ ପାଲ : ରାଜ୍ୟ ସରକାର ସମାଜର ଆର୍ଥିକ ଅନଗ୍ରସର ବାପା ମା ‘ ଙ୍କ କନ୍ୟାକୁ କିପରି ସୁରକ୍ଷିତ ଏବଂ ଚାପମୁକ୍ତ ହୋଇ ବିବାହ କରି ପାରିବେ ସେଥିପାଇଁ’  କନ୍ୟା ଅନମୋଲ ହେ’ ନୂତନ ଯୁଗାନ୍ତକାରୀ ଯୋଜନା କରିଛନ୍ତି । ଏହି ଯୋଜନା ମାଧ୍ୟମରେ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯିବ ।ଏହି କ୍ରମେ କନ୍ୟାଙ୍କ ସୁରକ୍ଷା, ସମ୍ମାନ ଓ ସ୍ବାଭିମାନ ମାନ ପାଇଁ କାର୍ଯ୍ୟ କରୁଥିବା ବିଶ୍ବର ଅଗ୍ରଣୀ ସ୍ବେଚ୍ଛାସେବୀ ସଂସ୍ଥା ରୋଟାରୀ କ୍ଳବ୍ ତରଫରୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଓଡିଶା ରୋଟାରୀ କ୍ଳବ୍  ତରଫରୁ ଏକ ସୁସଜ୍ଜିତ  ସଚେତନତାରଥ ‘ କନ୍ୟା ଅନମୋଲ ହେ’ ରାଇରଙ୍ଗପୁର ସହରକୁ ଆସିଥିଲା । ରାଇରଙ୍ଗପୁର ରୋଟାରୀ କ୍ଳବ୍ ଏବଂ ସହରର ମାନ୍ୟଗଣ୍ୟ ବ୍ୟକ୍ତି ସେହି ରଥକୁ ସ୍ବାଗତ କରିଥିଲେ ।ପରେ ରୋଟାରୀ ରୟାଲ କ୍ଲବ ତରଫରୁ ସ୍ଥାନୀୟ ହୋଟେଲ୍ ହିନ୍ଦୁସ୍ତାନ ଇନ୍  ସମ୍ମିଳନୀ କକ୍ଷରେ ଏକ ସଭା  ରୋଟାରୀ କ୍ଳବ୍ ସଭାପତି ବାସୁଦେବ ପାଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ଡିଜି ରୋଟାରୀଆନ ଯଜ୍ଞାଶିସ୍ ମହାପାତ୍ର ଏବଂ ସମ୍ମାନିତ ଅତିଥି ଭାଵେ‌ ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ ଯୋଗ ଦେଇଥିଲେ । ରୋଟାରୀ କ୍ଳବ୍ ସାମାଜିକ କ୍ଷେତ୍ରରେ ବିକାଶ ପାଇଁ ସବୁବେଳେ ସହଯୋଗର‌ହାତ ବଢ଼ାଇଛି ।ମାନବ ସେବା ହିଁ ମାଧବ ସେବାକୁ ବିଶ୍ବାସ କରେ ।ରକ୍ତଦାନ,ବୃକ୍ଷରୋପଣ, ଚକ୍ଷୁ ପରୀକ୍ଷା, ସ୍ଵାସ୍ଥ୍ୟ ପରୀକ୍ଷା,ଅସହାୟ ଙ୍କୁ କମ୍ବଳ ବଣ୍ଟନ,ବେକାର ଯୁବକ, ଯୁବତୀଙ୍କୁ ସ୍ବାବଲମ୍ବୀ ଶୀତଳ କରାଇବା, ନିରକ୍ଷରତା ଦୂର ଅଭିଯାନ,ପାନୀୟ ଶୀତଳ ବାଙ୍କୀ ପ୍ରତିଷ୍ଠା , ଶିକ୍ଷା, ସ୍ବାସ୍ଥ୍ୟ ଭଳି ବହୁ କାର୍ଯ୍ୟରେ ନିଜକୁ ନିୟୋଜିତ କରୁଛି ।ରୋଟାରୀ କ୍ଳବ୍ ସଦସ୍ୟଙ୍କ ତ୍ୟାଗ,ଦାନ, ଦାୟିତ୍ଵ ଵୋଧତା,ସମାଜସେବା ପାଇଁ ଏହା କେବଳ ସମ୍ଭବ ହୋଇ ପାରିଛି । ରାଇରଙ୍ଗପୁର ସହରର ୪ ଜଣ ସମାଜସେବୀ ଶିକ୍ଷୟତ୍ରୀ ଜୟଶ୍ରୀ ଦାସ, ଅବସରପ୍ରାପ୍ତ ଅଧ୍ୟାପିକା ସସ୍ମିତା ମହାନ୍ତି, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ବିଶ୍ଵ ରଞ୍ଜନ ମାଝୀ ଏବଂ ତାଙ୍କ ସହଧର୍ମିଣୀ ମଞ୍ଜୁ ସୋରେନ ନିଜର ଅଙ୍ଗ ଦାନ ରୋଟାରୀ କ୍ଳବ୍ ଜରିଆରେ ପଂଜିକୃତ କରିଥିବାରୁ ସେମାନଙ୍କୁ ଅତିଥିଗଣ ଉତ୍ତରୀୟ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ରୋଟାରୀଆନ ପ୍ରତ୍ୟୁଷ ପରିଡ଼ା,ଅରବିନ୍ଦ ବାଗାଡିଆ ,ବିକାଶ ଭୁତ,  ବିମଳ କ୍ରିଷ୍ଣ ମହାନ୍ତି,ସରୋଜ ଦାସ,ଅନ୍ତର୍ଯ୍ୟାମୀ ମହାକୁଡ଼,ବିଘ୍ନେଶ୍ୱର ଵେହେରା,କୁଞ୍ଜଵିହାରୀ ଯେନା, ସୌମ୍ୟରଞ୍ଜନ ବେହେରା, ସୁଜିତ ଯେନା,ବିବେକ ପାହାଡି,ହରିହର ସାହୁ,ଏବଂ ଅନ୍ୟମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ.