ରୋହିତ ଶର୍ମା ଟି-୨୦ ଦଳର ଅଧିନାୟକ

ମୁମ୍ବାଇ: ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ରୋହିତ ଶର୍ମା ଟି-୨୦ ଦଳର ଅଧିନାୟକ ଘୋଷିତ । ଲୋକେଶ ରାହୁଲଙ୍କୁ ଉପ-ଅଧିନାୟକ ଦାୟିତ୍ୱ । ଆସନ୍ତା ୧୭ରୁ ୩ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବ ଭାରତ । ଟିମରେ ଋତୁରାଜ, ଶ୍ରେୟସ, ସୂର୍ଯ୍ୟକୁମାର, ଋଷଭ, ଉଶାନ୍ କିଶନ୍, ଭେଙ୍କଟେସ ଆୟାର, ୟୁଜବେନ୍ଦ୍ର ଚହଲ, ଆର୍ ଅଶ୍ୱିନ୍, ଅକ୍ସର ପଟେଲ, ଆଭିସ ଖାନ୍, ଭୁବନେଶ୍ୱର କୁମାର, ଦୀପକ ଚହର, ହର୍ସଲ ପଟେଲ, ମହମ୍ମଦ ସିରାଜ ସାମିଲ ହୋଇଛନ୍ତି ।