ପୋଲ ଖୁଣ୍ଟରେ ପିଟି ହେଲା ବାଇକ

(ବନବାସୀ ପ୍ରଧାନ): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ମିଡିଆକିଆ ନିକଟରେ ଘଟିଛି ସଡକ ଦୁର୍ଘଟଣା । ଏକ ମୋଟରସାଇକେଲ ଭାରସାମ୍ୟ ହରାଇ ଇଲେକ୍ଟ୍ରି ପୋଲକୁ ପିଟିଲା । ଘଟଣାସ୍ଥଳରେ ଜଣଙ୍କର ମୃତ ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ବାଲିଗୁଡା ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରି ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ମୃତକଙ୍କ ପରିଚୟ ମିଳିପାରିନଥିଲାବେଳେ ଗୁରୁତର ଆହତ ଜଣକ ହେଲେ କଳାହାଣ୍ଡି ଜିଲ୍ଲା ପାଙ୍ଗାବାକୁ ଅଞ୍ଚଳର ଦୁର୍ଯୋଧନ ମାଝି ବୋଲି ଜଣାପଡିଛି ।