ଓଲଟିଲା ଅଟୋ, ୬ଜଣ ଆହତ

(ବନବାସୀ ପ୍ରଧାନ) : ତୁମୁଡିବନ୍ଧ ବ୍ଳକ କୁତ୍ତମଗଡ ପଞ୍ଚାୟତ ନିକଟରେ ଘଟିଛି ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଏକ ଅଟୋଗାଡି ଓଲଟି ପଡିବାରୁ ଡ୍ରାଇଭର ସମେତ ପାଞ୍ଚଜଣ ବ୍ୟକ୍ତି ଆହତ ହୋଇଛନ୍ତି । ଆହତମାନଙ୍କୁ ବାଲିଗୁଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଥିମଧ୍ୟରୁ ତିନିଜଣ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଆହତମାନେ ହେଲେ ଡ୍ରାଇଭର ବିଷ୍ଣୁମଳିକ ,ସୁଶାନ୍ତ ମଳିକ , ଲିଶିମଳିକ , ଗଣେଶମାଝୀ, ଜଗନ୍ନାଥ ମାଝୀ , କିରାପମାଝୀ ବୋଲି ଜଣାପଡିଛି ।