ସଡକ ଦୁର୍ଘଟଣାରେ, ଦୁଇ ମୃତ ଓ ଦୁଇ ଗୁରୁତର

ଅନୁଗୁଳ /ଜ୍ୟୋତିରଞ୍ଜନ ଧର: ଅନୁଗୁଳ ଜିଲ୍ଲାର ତିନୋଟି ସ୍ଥାନରେ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ଜଣାଯାଇଛି । ତାଳଚେର ବ୍ଲକ୍ ଅନ୍ତର୍ଗତ କଳମଛୁଇଁ ଗ୍ରାମ ନିକଟରେ ପାଣି ଟ୍ୟାଙ୍କର ଧକ୍କାରେ ଜଣେ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହେଇଛନ୍ତି । ସୂଚନା ଅନୁସାରେ କଳମଛୁଇଁ ଦେଉଳ ଛକ ନିକଟରେ ମୃତକ ଜଣଙ୍କ ହେଲେ ତେଲିସିହା ଗ୍ରାମର ଏମସିଏଲ୍ କର୍ମଚାରୀ ଶିବା ନନ୍ଦ ସାହୁ । ଆହତ ଜଣଙ୍କ ହେଲେ କଣିହାଁ ଥାନା ଅନ୍ତର୍ଗତ କଂସମୁଣ୍ଡା ଗ୍ରାମର ଦେବଦତ୍ତ ସ୍ୱାଇଁ । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରିବା ସହ ପାଣି ଟ୍ୟାଙ୍କରକୁ ଜବତ କରିଛି । ସେହିପରି କୁମଣ୍ଡ ପଞ୍ଚାୟତ ରାସ୍ତାରେ ଏକ ଟିପର ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ରାଣୀଗୋଡା ଗ୍ରାମର ଦିଲ୍ଲୀପ ପଟ୍ଟନାୟକ । ସେ ସ୍ଥାନୀୟ ଅଞ୍ଚଳକୁ କାମ କରିବାକୁ ଯାଉଥିବା ବେଳେ ଏକ ଟିପର ତାଙ୍କୁ ପଛ ପଟୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସୂଚନା ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ତଦନ୍ତ କରୁଛି ।

ସେହିପରି କଣିହାଁ ଥାନା କଂସମୁଣ୍ଡା ମାଡୁଆ ଛକ-ଡେରେଙ୍ଗ ପୂର୍ବ ରାସ୍ତାରେ ପାର୍ଶ୍ୱରେ ଥିବା ଗଛରେ ପିଟି ହୋଇ ଜଣେ ବାଇକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି। ଆହତ ଚାଳକ ଡଅଁରା ଗ୍ରାମର ଦ୍ରୋଣ ନାଏକ(୨୯) ବୋଲି ଜଣାପଡ଼ିଛି । ଦ୍ରୋଣ ବାଇକ୍ ଯୋଗେ ଡଅଁରାରୁ ଭିଣୋଇ ଘର କଣିହାଁ ଥାନା ଭୂଇଁପୁର ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକଡ଼ ଗଛରେ ପିଟି ହୋଇଥିଲେ । ପୁଲିସ୍ ଓ ସ୍ଥାନୀୟ ଲୋକ ଘଟଣାସ୍ଥଳରୁ ଦ୍ରୋଣଙ୍କୁ ଉଦ୍ଧାର କରି ପ୍ରଥମେ କଣିହାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଯାଇଥିବା ଜଣାପଡିଛି ।