ଅଟୋ ଧକ୍କାରେ ଜଣେ ଯୁବକ ଗୁରୁତର

(ବନବାସୀ ପ୍ରଧାନ): ବାଲିଗୁଡା ପୋଷ୍ଟ ଅଫିସ ଛକ ଠାରେ ଦୃତ ଗତିରେ ଆସୁଥିବା ଅଟୋ ଗାଡିଟି ଏକ ଯୁବକଙ୍କୁ ଧକ୍କା ଦେଇଥିଲା । ଫଳରେ ଯୁବକ ଜଣକୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକମାନେ ମେଡିକାଲରେ ଭର୍ତ୍ତୀ କରିଥିଲେ । ଯୁବକ ଜଣଙ୍କ ହେଉଛନ୍ତି ବିପିନି ଦାସ ଘର ବଜାର ସାହି ବୋଲି ଜଣାପଡିଛି । ଅଟୋଟି ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ବିପିନି ଦାସଙ୍କ ଅବସ୍ଥା ସଙ୍କଟପୂର୍ଣ୍ଣ ହେବାରୁ ଡାକ୍ତର ତାଙ୍କୁ ବଡ ମେଡିକାଲ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି ।