ଆର.ଏମ.ସି କେନ୍ଦୁପାଟଣା ଏବଂ ନରସିଂହପୁର ଉପରେ ସମୀକ୍ଷା

ମାର୍କେଟ ୟାର୍ଡରେ ଭିତ୍ତିଭୂମି ସୃଷ୍ଟି ପାଇଁ କାର୍ଯ୍ୟକାରୀ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ଆଜି ଲୋକ ସେବା ଭବନରେ ନିୟନ୍ତ୍ରିତ ମାର୍କେଟିଂ ସୋସାଇଟି (ଆରଏମସି) କେନ୍ଦୁପାଟଣା ଏବଂ ନରସିଂହପୁର ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ମାର୍କେଟ ୟାର୍ଡରେ ଉପଲବ୍ଧ ବିଦ୍ୟମାନ ଭିତ୍ତିଭୂମି ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା ଓ ମାର୍କେଟ ୟାର୍ଡ ପ୍ରତିଷ୍ଠା ପାଇଁ କେଉଁ କେଉଁ ବ୍ଲକ୍ ଅନ୍ତର୍ଭୂକ୍ତ କରାଯାଇ ନାହିଁ, ଏହାର ମାର୍କେଟିଂ ଚ୍ୟାନେଲ ଅଧୀନରେ ଉପଲବ୍ଧ କୃଷିଜାତ ଦ୍ରବ୍ୟ, ପ୍ରସ୍ତାବିତ ଭିତ୍ତିଭୂମି ସୃଷ୍ଟି ପାଇଁ କାର୍ଯ୍ୟ ଯୋଜନା, ଆରଏମସି ତରଫରୁ ନିଆଯାଇଥିବା ପଦକ୍ଷେପ , ଇଣ୍ଟିଗ୍ରେଟେଡ୍ ପ୍ୟାକ୍ ହାଉସ୍ ନିର୍ମାଣ, ବିଭିନ୍ନ ସୁବିଧାଗୁଡ଼ିକର ଉନ୍ନତି ପାଇଁ ଯୋଜନା ପ୍ରସ୍ତୁତ ଉପରେ ଆଲୋଚନା କରାଯାଇଛି I ଉଭୟ ଆରଏମସି ଇ-ନାମ୍ ସହିତ ଏକୀଭୂତ ହୋଇଛି I କୁଳିଆରେ ଆରଏମସି କେନ୍ଦୁପାଟଣାର ମୁଖ୍ୟ ବଜାର ପ୍ରାଙ୍ଗଣର ଉପଯୁକ୍ତ ଉପଯୋଗ ଏବଂ ସିଡିଏ କୃଷକ ବଜାରର ସୁବିଧାର ସୁଯୋଗ ବିକାଶ ଉପରେ ଆଲୋଚନା ହୋଇଥିଲା।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ , ସମବାୟ , ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ବିଧାୟକ ଦେବୀ ପ୍ରସାଦ ମିଶ୍ର , ସମବାୟ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ କୁମାର ଚଢା ,ରେଜିଷ୍ଟର କୋଅପରେଟିଭ୍ ସୋସାଇଟି ଉଦ୍ଧବ ଚରଣ ମାଝୀ, ଜିଏମ୍ ଓଏସ୍ଏମ୍ ବୋର୍ଡ ଧରିତ୍ରି ମିଶ୍ର, ଏଜିସିଏସ ପି.କେ.ପଟ୍ଟନାୟକ, ଉପଜିଲ୍ଲାପାଳ କଟକ କମଳଜିତ ମିଶ୍ରଙ୍କ ସମେତ ଅନ୍ୟାନ ବିଭାଗୀୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ I