ଜାମିନ ପାଇଲେ ଆରଜେଡି ମୁଖ୍ୟ ଲାଲୁ ଯାଦବ

ଝାଡଖଣ୍ଡ : ଗୋଖାଦ୍ୟ ମାମଲାରେ ଝାଡଖଣ୍ଡ ହାଇକୋର୍ଟ ଲାଲୁ ପ୍ରସାଦଙ୍କୁ ଜାମିନ ମଞ୍ଜୁର କରିଛନ୍ତି । ୧୩୯.୩୫ କୋଟି ଟଙ୍କାର ଗୋଖାଦ୍ୟ ସମ୍ବନ୍ଧୀୟ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି । ଲାଲୁ ୫ମ ଗୋଖାଦ୍ୟ ଦୁର୍ନୀତି ସହ ସମ୍ପୃକ୍ତ ଥିବା ଡୋରଣ୍ଡା ଟ୍ରେଜେରିରୁ ବେଆଇନ ଟଙ୍କା ଉଠାଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ସେ ଫେବୃଆରି ମାସ ଠାରୁ ରାଞ୍ଚିର ସିବିଆଇର ସ୍ୱତନ୍ତ୍ର ଅଦାଲତ ଗିରଫ କରିଥିଲା।

ଗୋଖାଦ୍ୟ ଦୁର୍ନୀତିର ଆଉ ୪ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଲାଲୁ ଚୁଡାନ୍ତ ମାମଲାରେ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣା ପଡିଛି । ଲାଲୁ ମୁଖ୍ୟ ମନ୍ତ୍ରୀ ଥିବା ବେଳେ ପ୍ରାଣୀ ପାଳନ ବିଭାଗ ଉପରେ ସିବିଆଇ ଚଢାଉ କରି ୧୯୯୬ ଏହି ମାମଲାକୁ ଲୋକ ଲୋଚନକୁ ଆଣିଥିଲା । ଏବଂ ୧୯୯୭ ହୁନ ମାସରେ ଲାଲୁଙ୍କୁ ସିବିଆଇ ଗିରଫ କରିଥିଲା ।

ଲାଲୁଙ୍କ ଓକିଲ କହିଛନ୍ତି ସଜ୍ଜା ବାତିଲ ପିଟିସନ ଉପରେ ରାୟ ଦେଇ ଅଦାଲତ ତାଙ୍କୁ ଜାମିନ ଦେଇଛନ୍ତି । ଏହି ମାମଲାରେ ଲାର୍ଲୁ୍କ ୫ବର୍ଷ ଜେଲ ଦଣ୍ଡ ହୋଇଥିବା ବେଳେ ସେ ଅଧା ସମୟ ଜେଲରେ କାଟି ସାରିଲେଣି । ଅପରପକ୍ଷେ ସିବିଆଇ ଏହି ଜମିନକୁ ବିରୋଧ କରିଛି ।