ମହାନଦୀ ଜଳ ବିବାଦ ଟ୍ରିବୁନାଲ ଟିମର ଝାରସୁଗୁଡା ଗସ୍ତ

0

ଝାରସୁଗୁଡା: ଆଜି ଝାରସୁଗୁଡା ଗସ୍ତ କରିଛ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠନ ହୋଇଥିବା ମହାନଦୀ ଜଳ ବିବାଦ ଟ୍ରିବୁନାଲ ଟିମି । ସମ୍ବଲପୁରର ବିଭିନ୍ନ ସ୍ଥାନରେ ଗତ ଦୁଇଦିନ ଧରି ମହାନଦୀର ସ୍ଥିତି ଅନୁୂଧ୍ୟାନ କଲାପରେ ଆଜି ରମ୍ପେଲା ସେତୁ ଦେଇ ଝାରସୁଗୁଡା ବନହରପାଲିକୁ ଆସିଛି ଏହି ଟ୍ରିବୁନାଲ ଟିମି । ବନହରପାଲ ଇବ ଥର୍ମାଲ ସ୍ଥୀତ ଓପିଜିସିର ଇନ୍ଟେକ ପଏଣ୍ଟ ଓ ଓପିଜିସି ତାପଜ ବିଦ୍ୟୁତ କେନ୍ଦ୍ର ପରିଦର୍ଶନ କରି ସମୀକ୍ଷା କରିଛନ୍ତିି ଟ୍ରିବୁନାଲ ଟିମି । ମହାନଦୀ ଜଳ ବିବାଦ ମାମଲାରେ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରୁଥିବା ଏହି ଟିମ ପ୍ରଥମ ଦିନରେ ହୀରାକୁଦ ଡ୍ୟାମ, ବୁର୍ଲା ପାୱାର ହାଉସର ସ୍ଥିତି ଅନୁଧ୍ୟାନ କରିବା ପରେ ଗତକାଲି ଚିପିଲିମା ଓ ବରଗଢର ମୁ୍ଖ୍ୟ କେନାଲ ପରିଦର୍ଶନ କରିଥିଲେ । ଏହି ଟିମରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଏଏମ ଖନୱାଲିଙ୍କ ନେତୃତ୍ୱରେ ପାଟନା ହାଇକୋର୍ଟ ବିଚାପତି ଜଷ୍ଟିସ ରବି ରଞ୍ଜନ, ଦିଲ୍ଲୀ ହାଇକୋର୍ଟ ବିଚାରପତି ଇନ୍ଦ୍ର ମିତ କୌର କୋଚରଙ୍କ ସମେତ ରେଜିଷ୍ଟର ଓ ଦୁଇ ଜଣ ଅଶେଷର ମାମିଲ ଅଛନ୍ତି ।