ଚର୍ଚ୍ଚାରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ୍

ଖାଲି ପାଦରେ ଆଣ୍ଠେଇ ଶେଖ ହସିନାଙ୍କ ପାଖରେ ବସି କରି କଥା ହେଲେ ବ୍ରିଟେନ ପ୍ରଧାନ ମନ୍ତ୍ରୀ ଋଷି ସୁନକ୍

ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଚାଲିଥିବା ଜି-୨୦ ସମ୍ମିଳନୀ ସମାପ୍ର ହୋଇଛି । ଏହି ସମ୍ମିଳନୀର ଫଟୋ ଏବଂ ଭିଡିଓ ଏବେ ଭାଇରାଲ ହେବାରରେ ଲାଗିଛି । ନିଖଟରେ ଏକ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରରେ ଲାଗିଛି । ଏହି ଫଟୋଟି ବ୍ରଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ । ଯାହାକୁ ନେଇ ସବୁଆଢେ ଚର୍ଚ୍ଚା ଚାଲିଛି । ଏହି ଫଟୋରେ ଦେଖିବାକୁ ମିଳିଛି ଋଷି ସୁନକ୍ ଖାଲିପାଦରେ ଆଣ୍ଡୁ ମାଡ଼ି, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନାକୁ ଭେଟିବା ସହ କଥାବାର୍ତା ହେଉଛନ୍ତି ।

ଜି-୨୦ ସମ୍ମିଳନୀ ଅବସରରେ ଶେଖ୍ ହସିନାଙ୍କୁ ଭେଟିଥିଲେ ଋଷି ସୁନାକ୍ । ଏହି ସମୟରେ ସେ ଅତି ନମ୍ରତା ସହ ବାଂଲାଦେଶରେ ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା ହେଉଥିଲେ ।ବାଂଲାଦେଶ ପ୍ରଧାନମନ୍ତ୍ରୀ ଚେୟାରରେ ବସିଥିବା ବେଳେ ତଳେ ଆଣ୍ଡୁମାଡ଼ି ତାଙ୍କ ପାଖରେ ବସିଥିଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ । ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ରର ମୁଖ୍ୟଙ୍କ ଏହି ନମ୍ରତାକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଉଛି ।

ଜଣେ ସୋସିଆଲ ମିଡ଼ିଆ ୟୁଜର୍ସ ଏହି ଫଟୋକୁ ସେୟାର କରିବା ସହ ଋଷି ସୁନାକଙ୍କୁ ଜଣେ ଭଦ୍ର ବ୍ୟକ୍ତି ବୋଲି ଲେଖିଛନ୍ତି । ଆଉ ଜଣେ ଲେଖିଛନ୍ତି- ଏହି ଫଟୋ ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ ସରଳତାର ପରିଚୟ ବୋଲି ଲେଖିଛନ୍ତି ।