(ମମତା ସାମଲ)ରିପୋର୍ଟସଟୁଡେ: ହିମାଚଳପ୍ରଦେଶର ରାଜଧାନୀ ଶିମଲାଠାରୁ ପାଖାପାଖି ୯୨ କିଲୋମିଟର ଦୂରରେ ଅବସ୍ଥିତ ମଡାବଗ ଗାଁ । ଏହା ଏସିଆର ସବୁଠାରୁ ଧନୀ ଗାଁ ବୋଲି କୁହାଯାଏ । ୭ହଜାର ଫୁଟ ଉଚ୍ଚରେ ଥିବା ଏହି ଗାଁର ଲୋକେ ସେଓ ଚାଷ କରିଥାଆନ୍ତି । ଏଠାରେ ଗୋଟିଏ ପରିବାର ବର୍ଷକୁ ୭୦-୭୫ ଲକ୍ଷ ଟଙ୍କା ଆୟ କରିଥାଆନ୍ତି ବୋଲି କୁହାଯାଏ । ଏଠାରେ ସବୁଠାରୁ ଭଲ ଗୁଣବତ୍ତା ଥିବା ସେଓ ଚାଷ କରାଯାଏ ବୋଲି କୁହାଯାଏ । ରୟାଲ ଆପଲ, ରେଡ ଗୋଲ୍ଡ, ଗେଲ ଗାଲା ଭଳି ସେଓର ଭଲ କ୍ୱାଲିଟି ଚାଷ କରାଯାଇଥାଏ । ଏହାସହ ଏଠାରେ ଫଳୁଥିବା ସେଓର ଆକାର ମଧ୍ୟ ସବୁଠାରୁ ଭିନ୍ନ । ବରଫ ପଡିଲେ ମଧ୍ୟ ଏହି ସେଓ ଶୀଘ୍ର ନଷ୍ଟ ହୋଇନଥାଏ । ଏହି ସେଓ ଚାଷ ପାଇଁ ପରିବାରର ସମସ୍ତ ସଦସ୍ୟ ଶ୍ରମଦାନ କରିଥାଆନ୍ତି । ୮୦ ଦଶକ ପରଠାରୁ ଏଠାରେ ଫଳୁଥିବା ସେଓର ଚାହିଦା ବେଶ ବୃଦ୍ଧି ପାଇଛି ବୋଲି କୁହାଯାଏ ।