ବଲାଙ୍ଗୀର: ବାଲି ମାଫିଆଙ୍କ ଗୁଣ୍ଡାଗିରୀ । ଆରଆଇଙ୍କୁ ଆକ୍ରମଣ କଲେ ବାଲିମାଫିଆ । ବଲାଙ୍ଗୀରରେ ବାଲିମାଫିଆଙ୍କ ଆକ୍ରମଣରେ ଗୁରୁତର ହେଲେ ଆରଆଇ । ବାବୁଫାସଡର ଆରଆଇ ସୁଶାନ୍ତ ପଟେଲଙ୍କ ଉପରେ ଆକ୍ରମଣ ହୋଇଛି । ସୂଚନା ଅନୁଯାୟୀ, ଅଙ୍ଗ ନଦୀରୁ ବାଲି ଚାଲଣ ବେଳେ ବାଲି ବୋଝେଇ ଗାଡ଼ିକୁ ଅଟକ ରଖିଥିଲେ ଆରଆଇ । ବାଲି ଗାଡିକୁ ଅଟକାଇଥିବା ବେଳେ ଆକ୍ରମଣ କରିଥିଲେ ବାଲି ମାଫିଆ । ତେବେ ମାଫିଆଙ୍କ ଆକ୍ରମଣରେ ଆହତ ହୋଇଛନ୍ତି ଆରଆଇ । ଗୁରୁତର ଅବସ୍ଥାରେ ଆରଆଇଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏନେଇ ଥାନାରେ ଏତଲା ଦେଇଛନ୍ତି ତହସିଲଦାର।