(ରଜନୀକାନ୍ତ ପାତ୍ର / ଗଞ୍ଜାମ): ଆଜି ସକାଳେ ହିଞ୍ଜିଳି ପୁଲିସ ସ୍ଥାନୀୟ ପୈ।ରାଞ୍ଚଳ ନେହେରୁ ମାର୍ଗରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର । ମୃତକ ଜଣକ ଆସିକା ଥାନା ଖଡଭାଗ ଗ୍ରାମର ଇଶ୍ଵର ସ୍ବାଇଁଙ୍କ ପୁଅ ମଙ୍ଗୁଳୁ । ଏ ନେଇ ହିଞ୍ଜିଳି ଥାନାରେ ୨୮/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି ।
ପ୍ରକାଶ ଯେ, ଯୁବକ ଜଣକ ହିଞ୍ଜିଳିକାଟୁ ଅଞ୍ଚଳର ମହେଶ୍ବର ସାହୁଙ୍କ ମିଠା ଦୋକାନରେ ଗତ କିଛି ବର୍ଷ ଧରି କାମ କରି ଆସୁଥିଲେ ।