କଟକ: କଟକ ମୁଣ୍ଡଳୀରେ ଚାଲିଥିବା ଉଦ୍ଧାର କାର୍ଯ୍ୟ ସନ୍ଧ୍ୟା ହେବା ସହ ବର୍ଷା ହେବାରୁ ବନ୍ଦ କରାଯାଇଛି । ହାତୀ ଉଦ୍ଧାର କାର୍ଯ୍ୟ ସମୟରେ ଓଲଟି ପଡିଥିବା ଓଡ୍ରାଫ ଟିମର ବୋଟରେ ସାମ୍ବାଦିକ ଅରିନ୍ଦମ ଦାସ ପ୍ରାଣ ହରାଇଛନ୍ତି । ଏବଂ ତାଙ୍କ ସହ ତାଙ୍କ ସାଥୀ ଏବଂ ଓଡ୍ରାଫ ଟିମ ମହାନଦୀର ପ୍ରଖର ସ୍ରୋତରେ ବନ୍ୟା ପାଣି କବଳକୁ ଚାଲି ଯାଇଥିଲେ । ତେବେ ସମସ୍ତଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ଓଡ୍ରାଫ କର୍ମଚାରୀ ଏବେ ବି ନିଖୋଜ ରହିଛନ୍ତି । ତାଙ୍କୁ ଖୋଜିବା ପାଇଁ ଏନଡିଆରଏଫ ଟିମ ନିୟୋଜିତ କରାଯାଇଥିଲା । ତେବେ ସମୟକ୍ରମେ ସନ୍ଧ୍ୟା ହେବା ସହ ସେଠାରେ ବର୍ଷା ହେଉଥିବାରୁ ଉଦ୍ଧାର କାର୍ଯ୍ୟକୁ ଅଧାରେ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲି ପୁଣି ଥରେ ଓଡ୍ରାଫ ଯବାନଙ୍କ ସହ ହାତୀ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ ।