ଭୁବନେଶ୍ୱର: ଧରାପଡିଲେ ଅପହରଣକାରୀ ଟ୍ୟୁସନ ସାର ଓ ଅପହୃତା ୨ ଛାତ୍ରୀ । ଭୁବନେଶ୍ୱରରୁ ଅପହରଣ କରାଯାଇଥିବା ବେଳେ ସମ୍ବଲପୁରରୁ ଉଦ୍ଧାର କରାଯାଇଛି । ଏହି ଘଟଣାରେ ପୁଲିସ ଉଭୟ ଛାତ୍ରୀଙ୍କୁ ସଖୀ ଘରେ ରହିବା ବ୍ୟବସ୍ଥା କରିଥିବା ବେଳେ ରସିକ ସାରଙ୍କୁ ଗିରଫ କରିଛି । ଭୁବନେଶ୍ୱର ପୁଲିସ ଆସିଲେ ସେମାନଙ୍କୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ସମ୍ବଲପୁର ଏସପି ।
ବରଗଡ ଅଞ୍ଚଳରୁ ଏହି ଦୁଇ ନାବାଳିକା ଛାତ୍ରୀଙ୍କୁ ସେମାନଙ୍କ ଟ୍ୟୁସନ ସାର ରବିବାର ଦିନ ଅପହରଣ କରି ନେଇଥିଲେ । ଏନେଇ ସୋମବାର ଦିନ ଥାନାରେ ଅଭିଯୋଗ ହୋଇଥିଲା । ମଙ୍ଗଳବାର ଦିନ ସେମାନଙ୍କୁ ଅଇଁଠାପାଲିରୁ ପୁଲିସ ଉଦ୍ଧାର କରିବା ସହ ସାରଙ୍କୁ ଗିରଫ କରିଛି । ଦୁଇ ଛାତ୍ରୀ ୮ମ ଓ ୧୦ ଶ୍ରେଣୀରେ ପଢୁଛନ୍ତି । ଉକ୍ତ ସାର ସେମାନଙ୍କ ଘରକୁ ଯାଇ ସେମାନଙ୍କୁ ଟ୍ୟୁସନ କରୁଥିଲେ । ସାର ଜଣକ ବିବାହିତ ଓ ତାଙ୍କର ଗୋଟିଏ ଛ୍ରୁଆ ମଧ୍ୟ ଅଛି । ତେବେ ସାର ତାଙ୍କ ଟ୍ୟୁସନ ସମୟ ଠାରୁ ଅଧିକ ସମୟ ଛାତ୍ରୀଙ୍କ ଘରେ ରହିବାକୁ ନେଇ ଛାତ୍ରୀଙ୍କ ମା’ ଆପତ୍ତି କରିଥିଲେ । କିନ୍ତୁ ସାର କିଛି ଶୁଣିନଥିଲେ । ତେଣୁ ଟ୍ୟୁସନ ବନ୍ଦ କରିବାକୁ ଛାତ୍ରୀଙ୍କ ମା କହିବା ପରେ ସେ ଉତ୍କ୍ଷିପ୍ତ ହୋଇଯାଇଥିଲେ ଓ ତାଙ୍କ ଝିଅ ମାନଙ୍କୁ ଅପହରଣ କରି ନେବାକୁ ଧମକ ମଧ୍ୟ ଦେଇଥିଲେ ବୋଲି ଥାନାରେ ଅଭିଯୋଗ ହୋଇଥିଲା ।