ସାଧାରଣତନ୍ତ୍ର ଦିବସ: କିଏ କେଉଁଠି କରିବେ ପତାକା ଉତ୍ତୋଳନ?

ଭୁବନେଶ୍ଵର: ଆସନ୍ତା ଜାନୁଅରୀ ୨୬ ଅର୍ଥାତ ସାଧାରଣତନ୍ତ୍ର ଦିବସରେ ରାଜ୍ୟପାଳ ଶ୍ରୀ ହରିବାବୁ କମ୍ଭମପତି ଭୁବନେଶ୍ୱରର ଲୋୟର ପିଏମଜିରେ ପତାକା ଉତ୍ତୋଳନ କରିବେ। ଏହାବାଦ୍ ୧୬ ଜଣ ମନ୍ତ୍ରୀ ୧୬ଟି ଜିଲ୍ଲାର ସଦର ମହକୁମାରେ, ୩ଟି ସ୍ଥାନରେ ଆରଡିସି ଏବଂ ୧୩ଟି ଜିଲ୍ଲାରେ ସ୍ଥାନୀୟ ଜିଲ୍ଲାପାଳ ପତାକା ଉତ୍ତୋଳନ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ କଟକ ଜିଲ୍ଲାରେ ପତାକା ଉତ୍ତୋଳନ କରିବାକୁ ଥିବା ବେଳେ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଉ କୋରାପୁଟରେ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଖୌର୍ଦ୍ଧା ଜିଲ୍ଲାରେ ପତାକା ଉତ୍ତୋଳନ କରିବେ । ଅନ୍ୟପଟେ ପୁରୀରେ ଶ୍ରୀ ସୁରେଶ ପୁଜାରୀ, ବରଗଡରେ ଶ୍ରୀ ରବି ନାରାୟଣ ନାୟକ, ରାୟଗଡାରେ ନିତ୍ୟାନନ୍ଦ ଗଣ୍ଡ, କେନ୍ଦୁଝରରେ କୃଷ୍ଣଚନ୍ଦ୍ର ପାତ୍ର, ଢେଙ୍କାନାଳରେ ପଥ୍ଵୀରାଜ ହରିଚନ୍ଦନ, କନ୍ଧମାଳରେ ମୁକେଶ ମାହାଲିଙ୍ଗ, ମାଲକାନଗିରିରେ ବିଭୁତି ଭୁଷଣ ଜେନା, ଭଦ୍ରକରେ କୃଷ୍ଣଚନ୍ଦ୍ର ମହାପାତ୍ର, କଳାହାଣ୍ଡିରେ ଗଣେଷ ରାମ୍, ନୟାଗଡରେ ସୂର୍ଯ୍ୟବଂଶୀ ସୂରଜ, ସମ୍ବଲପୁରରେ ପ୍ରଦୀପ ବଳ ସାମନ୍ତ, ବାଲେଶ୍ଵରରେ ଗୋକୁଳାନନ୍ଦ ମଲ୍ଲିକ, ବୌଦ୍ଧ ସମ୍ପଦ ଚନ୍ଦ୍ର ସ୍ଵାଇଁ । ସେହିପରି ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳ ଆରଡିସି, ରାଉରକେଲାରେ ଉତ୍ତରାଞ୍ଚଳ ଆରଡିସି, କେନ୍ଦ୍ରାପଡାରେ କେନ୍ଦ୍ରାଞ୍ଚଳ ଆରଡିସି, ଅନୁଗୁଳ, ବଲାଙ୍ଗୀର, ଛତ୍ରପୁର,ପାରଳାଖେମୁଣ୍ଡି,ଜଗତସିଂହପୁର, ଦେବଗଡ଼, ବାରିପଦା, ନବରଙ୍ଗପୁର, ନୂଆପଡା, ସୁବର୍ଣ୍ଣପୁର, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, ସୁନ୍ଦରଗଡରେ ସ୍ଥାନୀୟ ଜିଲ୍ଲାପାଳମାନେ ପତାକା ଉତ୍ତୋଳନ କରିବେ।