ପର୍ଯ୍ୟଟକଙ୍କ ପାଇଁ ଖୁସିଖବର, ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ପଶ୍ଚିମା ଝଡ଼ ପ୍ରଭାବରେ ଶିମିଳିପାଳରେ ପ୍ରବଳ ବର୍ଷା ପାଇଁ ବନ୍ଦ ରହିଥିଲା ଅଭୟାରଣ୍ୟ

ମୟୁରଭଞ୍ଜ: ପର୍ଯ୍ୟଟକଙ୍କ ପାଇଁ ଖୁସିଖବର । ପୁଣିଥରେ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ଆଜିଠାରୁ ଖୋଲିଛି । କରୋନା କଟକଣା ଭିତରେ ଏହା ଭିତରକୁ ପର୍ଯ୍ୟଟକମାନଙ୍କୁ ପ୍ରବେଶ ଲାଗି ଅନୁମତି ମିଳିବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ ଯେ ଗତ ଶୁକ୍ରବାର ଠାରୁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିଥିଲା। ପଶ୍ଚିମା ଝଡ଼ ପ୍ରଭାବରେ ଶିମିଳିପାଳରେ ପ୍ରବଳ ବର୍ଷା ହେଉଛି। ଏହି ସବୁ ପରିସ୍ଥିତି ଓ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଏପରି ପଦକ୍ଷେପ ନିଆଯାଇଥିଲା। ଅନ୍ୟପଟେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜାତୀୟ ଉଦ୍ୟାନ ୩ ଦିନ ଧରି ବନ୍ଦ ରଖାଯାଇଥିଲା। ଡିସେମ୍ବର ୩୧ରୁ ଜାନୁଆରି ୨ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ପ୍ରବେଶ ପାଇଁ ଅନୁମତି ନଥିଲା । ଏହାପରେ ଶିମିଳିପାଳ ଜାତୀୟ ଉଦ୍ୟାନ ପୁଣି ଖୋଲିଥିଲା।