କଟକ : ହାଇକୋର୍ଟରେ ୨୦୦୬ ନିଯୁକ୍ତି ବିବାଦ ମାମଲା । ସ୍ୟାଟଙ୍କ ଆଦେଶ ରଦ୍ଦ ସହ ନିଯୁକ୍ତି ବୈଧ କରିଛନ୍ତି ହାଇକୋର୍ଟ । ସ୍ୟାଟଙ୍କ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ଚୂଡାନ୍ତ ପରୀକ୍ଷାରେ ଅକୃତକାର୍ଯ୍ୟ କିଛି ପାର୍ଥୀ ଚ୍ୟାଲେଞ୍ଜ କରିଥିଲେ । ୨୦୦୬ରେ ନିଯୁକ୍ତି ବିଜ୍ଞପ୍ତିକୁ ପ୍ରଥମେ ସ୍ୟାଟରେ ଚ୍ୟାଲେଞ୍ଜ ହୋଇଥିଲା ।
ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ପକ୍ଷରୁ ୨୦୦୬ରେ ଅନୁଷ୍ଠିତ ଓଏଏସ୍ ପରୀକ୍ଷାକୁ ନେଇ ବିବାଦ ଦେଖା ଦେଇଥିବାବେଳେ ଏ ନେଇ ସୁରଭି ମହାନ୍ତିଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ (ସ୍ୟାଟ୍) ୩୭୮ଟି ପଦବିରେ ନିଯୁକ୍ତି ପାଇଁ ପ୍ରକାଶିତ ଚୂଡ଼ାନ୍ତ ଚୟନ ତାଲିକାକୁ ରଦ୍ଦ କରିଥିଲେ। ୨୦୧୪, ଏପ୍ରିଲ ୨୩ର ଏହି ରାୟକୁ ଚାଲେଞ୍ଜ କରି ରାଜ୍ୟ ସରକାର ଓ କେତେକ ପ୍ରାର୍ଥୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ମାମଲାଗୁଡ଼ିକୁ ବିଚାର ପାଇଁ ଗ୍ରହଣ କରି ସ୍ୟାଟ୍ ରାୟ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିବା ସହିତ ସୁରଭି ମହାନ୍ତି, ଓପିଏସ୍ସି ଏବଂ ଅନ୍ୟପକ୍ଷମାନଙ୍କୁ ନୋଟିସ ଜାରି କରିଥିଲେ।