ରାଉରକେଲା : ରାଉରକେଲା ବନ୍ଧମୁଣ୍ଡା ଡିଜେଲ କଲୋନୀରେ ଡକାୟତି। ରେଳ କର୍ମଚାରୀଙ୍କ ଘରେ ଲୁଟ୍ ହୋଇଛି। ଦୁର୍ବୃତ୍ତ ଘରେ ପଶି ଜେଇଙ୍କୁ ବାନ୍ଧି ପରିବାର ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟି ନେଇଛନ୍ତି ୩୫ ଭରିରୁ ଅଧିକ ସୁନା ଅଳଙ୍କାର ଓ ନଗଦ ୧୦ ହଜାର ଟଙ୍କା।
ସୂଚନା ଅନୁଯାୟୀ, ରେଲୱେ ଜେଇ ଦିଲ୍ଲୀପ ପଣ୍ଡାଙ୍କ ଘର ବାଉଣ୍ଡରୀ ଭାଙ୍ଗି ଓ ଝରକା ଲୁହାକୁ କଟରରେ କାଟି ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଡକାୟତି କରିବା ସମୟରେ ସିସିଟିଭିକୁ ମଧ୍ୟ ଭାଙ୍ଗି ଦିଆଯାଇଥିବା ଜଣାପଡିଛି। ଏନେଇ ବନ୍ଧମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି ଜେଇ । ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।