ଭୁବନେଶ୍ୱର : ପୂର୍ବ ତନ ମୁଖ୍ୟ ଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଅମାପ ସମ୍ପତି ଠାବ | ଝାରସୁଗୁଡା ଏବଂ ଭୁବନେଶ୍ୱରରେ ରହିଛି ଉଚ୍ଚ ଦରରେ 10ଟି ଫ୍ଲାଟ | ଭୁବନେଶ୍ୱର, କଟକ ଏବଂ ଜଟଣୀରେ 7ଟି ପ୍ଲଟ ମଧ୍ୟ ଠାବ | 2.7କୋଟି ଟଙ୍କାର ଡିପୋଜିଟ ମିଳିଛି | 1.5କେଜି ର ସୁନା ଅଳଙ୍କାର ବି ଠାବ ହୋଇଛି | ଏହା ବାଦେ ଅନେକ ରୁପା, ହୀରା ବି ମିଳିଛି | 6ଲକ୍ଷ ନଗଦ ଟଙ୍କା ବାବୁଙ୍କର ଜବତ କରିଛି ଭିଜିଲାନ୍ସ | 2ଟି ବିଳାସପୂର୍ଣ୍ଣ କାର ସହ ଗୋଟିଏ 13ଲକ୍ଷ ଟଙ୍କାର ରୋଲେକ୍ସ ଘଣ୍ଟା ଠାବ ହୋଇଛି | USA, ଥାଇଲାଣ୍ଡ, ଭିଏତନାମ, UAE, କାନାଡ଼ା, ମେକ୍ସିକୋ, ମାଲେସିଆ, ଏବଂ ସିଙ୍ଗାପୁର କରେନସୀ ବି ଜବତ ହୋଇଛି | ଏଥିସହ ଝିଅ ମେଡିକାଲ ପାଠପଢାରେ 80ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ତାରା ପ୍ରସାଦ ମିଶ୍ର |
ବର୍ତମାନ ରାଜ୍ୟରେ ଲଗାତାର ଭାବେ ଆକ୍ସନ ମୋଡକୁ ଆସୁଛି ଭିଜିଲାନ୍ସ । ଅଫିସରଙ୍କ ଉପରେ ରଖୁଛି ନଜର । ଆଜି ସଡକ ନିର୍ମାଣ ବିଭାଗର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ରେଡ୍ ହୋଇ ମିଳିଛି ବିପୁଳ ଧନ ସମ୍ପତ୍ତି | ତାଙ୍କ ପୂର୍ବରୁ ମଧ୍ୟ ଅନେକ ଅଫିସରଙ୍କ ଘରେ ରେଡ ହୋଇ ବିପୁଳ ସମ୍ପତ୍ତି ଜବତ ହୋଇଛି । ଏଠି ପ୍ରଶ୍ନ୍ନ ଉଠୁଛି ଅଫିସର କୋଟିପତି ହେଉଛନ୍ତି କିପରି? ପୂର୍ବରୁ ଅବକାରୀ ବିଭାଗର ଯୁଗ୍ମ କମିଶନରଙ୍କ ଘରେ ଭିଜିଲାନ୍ସ ଚଢଉ କରି ଆଖିବୁଜା ସମ୍ପତ୍ତି ଜବତ କରିଥିଲା । ସେତିକି ନୁହେଁ ଜଟଣୀ ବ୍ଲକ ସହକାରୀ ଯନ୍ତ୍ରୀ ନିବେଦିତା ମହାନ୍ତି, ଗୋଲମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକ, ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ ପ୍ରଧାନ, ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତଙ୍କ ଠିକଣାରେ ମଧ୍ୟ ଭିଜିଲାନ୍ସ ବ୍ୟାପକ ଧନସମ୍ପତ୍ତି ଜବତ କରିଛି ।