ଗଣେଶ ପୂଜାରେ ବନାନ୍ତୁ ମାଖନ ଲଡୁ
ପ୍ରଭୁ ଶ୍ରୀ ଗଣେଶଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ମଙ୍ଗଳମୟ ହେଉ। ଆଜି ପବିତ୍ର ଗଣେଶ ପୂଜା ଅବସରରେ ଓଡ଼ିଶାର ପୁରପଲ୍ଲୀ ଉତ୍ସବମୁଖର।
ପ୍ରଭୁ ଶ୍ରୀ ଗଣେଶଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ମଙ୍ଗଳମୟ ହେଉ। ଆଜି ପବିତ୍ର ଗଣେଶ ପୂଜା ଅବସରରେ ଓଡ଼ିଶାର ପୁରପଲ୍ଲୀ ଉତ୍ସବମୁଖର। ପ୍ରତିଟି ଓଡ଼ିଆଙ୍କ ପାଇଁ ଏହା ଏକ ଗଣପର୍ବ । ଶିକ୍ଷାନୁଷ୍ଠାନମାନଙ୍କରେ ଗଣେଶ ପୂଜାର ବିଶେଷ ମହତ୍ୱ ରହିଛି । ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଗଣେଶ ଚତୁର୍ଥୀ ବେଶ ଆଡ଼ମ୍ବରରେ ପାଳିତ ହୁଏ । ଏହି ଅବସରରେ ଆସନ୍ତୁ ବନାଇବା ମାଖନ ଲଡୁ
ଆବଶ୍ୟକୟ ସାମଗ୍ରୀ: କ୍ଷୀର, ଚିନି, ଲେମ୍ବୁ , ଗୁଜରାତି ଗୁଣ୍ଡ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ କରେଇରେ ୧ ଲିଟର କ୍ଷୀର ଗରମ କରନ୍ତୁ। ଏହା ଗରମ ହେଲେ ସେଥିରେ ଅଳ୍ପ ଲେମ୍ବୁ ରସ ମିଶାନ୍ତୁ। ଏହା ଛେନା ଛିଣ୍ଡି ଯିବା ପରେ ଏହାକୁ କିଛି ସମୟ ଫୁଟାଇ ବନ୍ଦ କରନ୍ତୁ। ଛେନାକୁ ଏକ କପଡ଼ାରେ ଛାଣି ପାଣି ନିଗାଡ଼ି ଦିଅନ୍ତୁ। ଏହାପରେ ଏହାକୁ ଆଉ ଥରେ ଭଲ ଭାବେ ଧୋଇ ଦିଅନ୍ତୁ। ପାଣି ନିଗିଡ଼ି ଗଲେ ଛେନାକୁ ଭଲ ଭାବେ ଚକଟି ଦିଅନ୍ତୁ। ଏହାପରେ ଆଉ ଏକ କରେଇରେ ୧ ଲିଟର କ୍ଷୀର ଗରମ କରି ଭଲ ଭାବେ ଫୁଟାନ୍ତୁ। ଏହା ଅଧାରୁ ଅଧିକ କମି ମଲାଇ ପରି ଗାଢ଼ା ହେବା ପର୍ଯ୍ୟନ୍ତ ଗୋଳାଇ ଚାଲନ୍ତୁ। ଏବେ ସେଥିରେ ଚିନି ପକାଇ ଭଲ ଭାବେ ଘାଣ୍ଟନ୍ତୁ। ଏହାପରେ ସେଥିରେ ଛେନା, ଗୁଜରାତି ଗୁଣ୍ଡ ପକାଇ ଡ୍ରାଏ ହେବା ପର୍ଯ୍ୟନ୍ତ ଘାଣ୍ଟନ୍ତୁ।
ପରେ ଗ୍ୟାସ୍ ବନ୍ଦ କରି ଏହି ମିଶ୍ରଣକୁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ। ଏହାପରେ ହାତରେ ଏହାକୁ ଲଡ଼ୁର ଆକୃତି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଯିବ ଲଡୁ ।