ଘରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ଓଟସ୍ ହାଲୱା

( ମମତା ସାମଲ): ଆସନ୍ତୁ ଜାଣିବା ଓଟସ୍ ହାଲୱା କିପରି ପ୍ରସ୍ତୁତ ହେଉଛି ।
ସାମଗ୍ରୀ: ଓଟସ୍ , ଚିନି, କ୍ଷୀର, ଦେଶୀ ଘିଅ, ଗୁଜୁରାତି, କେଶର, କାଜୁ, ଆଲମଣ୍ଡ ଓ କିସମିସ୍ ।

ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଏକ କଡେଇରେ ୨-୩ ଚାମଚ ଘିଅ ଗରମ କରନ୍ତୁ । ଘିଅ ଗରମ ହୋଇଗଲେ ଏଥିରେ ଓଟସ୍ ପକାଇ ଭାଜନ୍ତୁ । ଓଟସ୍ ବ୍ରାଉନ କଲର ହେବା ଯାଏ ଏହାକୁ ଭାଜନ୍ତୁ । ଏହାପରେ ଏକପାତ୍ରରେ କ୍ଷୀର ନେଇ ସେଥିରେ କିଛି ଚିନି ପକାଇ ଏହି ମିଶ୍ରଣକୁ ଫୁଟାନ୍ତୁ । କ୍ଷୀର ଭଲ ଭାବେ ଫୁଟିଗଲେ ଏଥିରେ ପୂର୍ବରୁ ଭଜା ହୋଇଥିବା ଓଟସକୁ ପକାଇ ଦିଅନ୍ତୁ ।ଏବେ ଏଥିରେ ଗୁଜୁରାତି ଗୁଣ୍ଡ ଓ ଅଳ୍ପ ଘିଅ ପକାନ୍ତୁ। ଏହାର ସୁଗନ୍ଧ ଓ ଭଲ ରଙ୍ଗ ଆସିବା ପାଇଁ ଏଥିରେ କିଛି କେଶର ପକାନ୍ତୁ। ଏବେ ଏହାକୁ ଭଲଭାବେ ଗୋଳାନ୍ତୁ ଓ ହାଲକା ଆଞ୍ଚରେ ବସାନ୍ତୁ। ହାଲୱା ଶୁଖି ଆସିଲେ ଚୁଲା ବନ୍ଦ କରିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଓଟସ୍ ହାଲୱା । ଏହି ହାଲୱା ଉପରେ ଆଲମଣ୍ଡ୍, କାଜୁ ଓ କିସ୍ମିସ୍ ପକାଇ ଏହାକୁ ଗରମ ଗରମ ପରସନ୍ତୁ।