ଗ୍ରାହକଙ୍କୁ ଆଶ୍ୱସ୍ତି, ୨ ଦିନ ଧରି ସୁନା ମୁଲ୍ୟରେ ବଡ ପରିବର୍ତ୍ତନ…

ହଠାତ କମିଲା ସୁନା ଦର । ଲଗାଦାର କିଛିଦିନ ଧରି ଦୁନା ରେଟ ହୁ ହୁ ବୃଦ୍ଧି ପାଉଥିବା ବେଳେ ଆଜି ଗ୍ରାହକଙ୍କୁ ସାମନ୍ୟ ଆଶ୍ୱସ୍ତି ମିଳିଛି । ଆଜି ଓଡିଶା ବଜାରରେ ୨୪ କ୍ୟାରେଟ ସୁନା ମୁଲ୍ୟ ୧୦ ଗ୍ରାମ ପ୍ରତି ୨୧୫୦ ଟଙ୍କା ହ୍ରାସ ପାଇଥିବା ବେଳେ ୮ ଗ୍ରାମ ପ୍ରତି ୧୭୨୦ ଏବଂ ଗ୍ରାମ ପ୍ରତି ୨୧୫ ଟଙ୍କା ସୁନା ମୁଲ୍ୟରେ ହ୍ରାସ ଘଟିଛି । ସେହିପରି ୨୨ କ୍ୟାରେ ସୁନା ମୁଲ୍ୟ ୧୦ ଗ୍ରାମ ପିଛା ୨୦୫୦ ଟଙ୍କା ୮ ଗ୍ରାମ ପିଛା ୧୬୪୦ ଟଙ୍କା ଏବଂ ଗ୍ରାମ ପିଛା ୨୦୫ ଟଙ୍କା ମୁଲ୍ୟ କମିଛି । ଗତକାଲି ଠାରୁ ସୁନା ମୁଲ୍ୟରେ ପରିବର୍ତ୍ତନ ହୋଇଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସୁନା ମୂଲ୍ୟରେ ଆହୁରି ହ୍ରାସ ହୋଇପାରେ। ବିଶେଷଜ୍ଞଙ୍କ ମତରେ ଆଗାମୀ ଦିନରେ ସୁନା ମୂଲ୍ୟରେ ଆହୁରି ହ୍ରାସ ହୋଇପାରେ। ଜିଓ ପଲିଟିକାଲ୍‌ ଟେନ୍‌ଶନ କମିବା ଆଶା କରାଯାଉଛି। ଭାରତ ଏବଂ ଆମେରିକା ଏବଂ ଆମେରିକା ଏବଂ ଚୀନ ମଧ୍ୟରେ ଟାରିଫ ଉତ୍ତେଜନା ହ୍ରାସ ପାଉଛି, ଯାହା ସୁନାର ଚାହିଦାରେ ହ୍ରାସ ଆଣିପାରେ। ଆଗାମୀ ଦିନରେ ସୁନା ମୂଲ୍ୟ ୧୦,୦୦୦ ପର୍ୟ୍ୟନ୍ତ ହ୍ରାସ ପାଇପାରେ। ଏହାର ଅର୍ଥ ହେଉଛି ସୁନାର ମୂଲ୍ୟ ୧.୧୦ ଲକ୍ଷ ରୁ ୧.୧୫ ଲକ୍ଷ ମଧ୍ୟକୁ ହ୍ରାସ ପାଇପାରେ।