ଶେଷ ହେବା ସମୟରେ ଆରମ୍ଭ ହୋଇନାହିଁ ରେଳ ଡିଭିଜନ କାର୍ଯ୍ୟ

ରାୟଗଡା(ମନୋଜ କୁମାର ସାହୁ): ରାୟଗଡାରେ ରେଳ ଡିଭିଜନ ସ୍ଥାପନ ନେଇ ଅଢ଼େଇ ବର୍ଷ ତଳେ ଘୋଷଣା ହେଇଥିଲେ ମଧ୍ୟ କାମ ଆଗକୁ ବଢ଼ୁ ନାହିଁ । ଏହାକୁ ନେଇ ବର୍ତ୍ତମାନ ଅସନ୍ତୋଷ ଦେଖାଦେବାରୁ ରେଳ ଡିଭିଜନ ସ୍ଥାପନ ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ରେଳମନ୍ତ୍ରୀ ।
୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରାୟଗଡାକୁ ରେଳ ଡିଭିଜନର ମାନ୍ୟତା ମିଳିଥିଲା । ଦୁଇ ବର୍ଷ ଭିତରେ ଏହାକୁ କାର‌୍ୟ୍ୟକ୍ଷମ କରିବା ପାଇଁ ଲକ୍ଷ୍ୟ ମଧ୍ୟ ରହିଥିଲା । ଚଳିତ ବର୍ଷ ଉତ୍କଳ ଦିବସରେ ଡିଭିଜନ ପ୍ରତିଷ୍ଠା କାର‌୍ୟ୍ୟକ୍ରମ ସ୍ଥିର ହେଇଥିବା ବେଳେ ଉଦଘାଟନ ତ ଦୂରର କଥା ନିର୍ମାଣ କାର‌୍ୟ୍ୟ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ । ଏଠାରେ ରେଲ ଡିଭିଜନ ହେଲେ ଅଭିଭକ୍ତ କୋରାପୁଟ ଜିଲ୍ଲାର ଗମନାଗମନ, ବାଣିଜ୍ୟ , ଶିକ୍ଷା ,ସ୍ୱାସ୍ତ୍ୟ ସହ ନିଯୁକ୍ତି କ୍ଷେତ୍ରରେ ସହାୟକ ହେବ । ତେଣୁ ରେଲ ଡିଭିଜନ କାର‌୍ୟ୍ୟ ତୁରନ୍ତ ଆରମ୍ଭ କରିବାକୁ ନେଇ ଏବେ ବୁଦ୍ଧିଜୀବୀ ଓ ରାଜନୈତିକ ଦଳ ପକ୍ଷରୁ ଦାବି ହେଉଛି ।
ରାୟଗଡା ରେଲ ଡିଭିଜନ ନିମନ୍ତେ ପ୍ରାୟ ୫ ଶହ ଏକର ଜମି ସହ ୩୮୦ କୋଟି ଟଙ୍କା ଖର୍ଚ୍ଚ ହେବ । ୨୦୨୦ ବଜେଟରେ ୧୭୦ କୋଟି ଟଙ୍କା ପ୍ରଦାନ ନେଇ ବିଚାର ହେଇଥିଲା କିନ୍ତୁ ନିଯୁକ୍ତ ନୋଡାଲ ଅଧିକାରୀ ଏହାକୁ ସବୁଜ ସଂକେତ ନ ଦେବାରୁ ଅଟକୀ ରହିଲା । ତେବେ ଚଳିତ ବର୍ଷ ମାତ୍ର ୩ କୋଟି ପ୍ରଦାନ ହେଇଛି । ସମୟରେ ଏହି ଵିଷୟକୁ ପାର୍ଲିଆମେଣ୍ଟରେ ଉପସ୍ଥାପନ କରିବା ସହ ବିଭାଗୀୟ ମନ୍ତ୍ରୀଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଇଛା ଶକ୍ତ ର ଅଭାବ ଯୋଗୁଁ କାର‌୍ୟ୍ୟ ହେଉନାହିଁ ବୋଲି କହିଛନ୍ତି କୋରାପୁଟ ସାଂସଦ । ସେପଟେ ରେଲମନ୍ତ୍ରୀ କହିଛନ୍ତି ଯେ ଖୁବଶୀଘ୍ର ଡି ପି ଆର ଅନୁଧ୍ୟାନ କରି ରେଲ ଡିଭିଜନ ସ୍ଥାପନ ନେଇ କାର‌୍ୟ୍ୟ ଆରମ୍ବ କରାଯିବ ।