ଜିଲ୍ଳା ଯୋଜନା କମିଟିର ୧୭ତମ ବୈଠକ

( ମନୋଜ କୁମାର ସାହୁ) : ଗତକାଲି ରାୟଗଡା ଜିଲ୍ଳା ଯୋଜନା କମିଟିର ୧୭ତମ ବୈଠକ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଳା ଯୋଜନା କମିଟିର ଅଧ୍ୟକ୍ଷ ଲାଲବିହାରୀ ହିମିରିକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ, ଗୁଣପୁର ବିଧାୟକ ତ୍ରିନାଥ ଗମାଙ୍ଗ, ବିଷମକଟକ ବିଧାୟକ ଜଗନ୍ନାଥ ସାରକା ଓ ଜିଲ୍ଳାପାଳ ଶ୍ରୀମତି ଗୁହା ପୁନମ ତାପସ କୁମାର, ଜିଲ୍ଳା ଯୋଜନା କମିଟିର ସଦସ୍ୟ ତଥା ଜିଲ୍ଳାର ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

ଏହି ବୈଠକରେ ବିଜୁ କେବିକେ ଯୋଜନା, ଗୋପବନ୍ଧୁ ଗ୍ରାମୀଣ ଯୋଜନାର ୨୦୧୮-୧୯ ଜିଲ୍ଳା ଅଂଚଳ ପ୍ରକଳ୍ପ ଚିଠା ଅନୁମୋଦନ ପାଇଁ ଆଲୋଚନା ସହ ୨୦୧୬-୧୭ ଏବଂ ୨୦୧୭-୧୮ରେ ଜିଲ୍ଳାକୁ ଆସିଥିବା ରାଜ୍ୟ ଯୋଜନା ପାଣ୍ଠି, କେନ୍ଦ୍ରୀୟ ଯୋଜନା ପାଣ୍ଠି ଏବଂ କେନ୍ଦ୍ରୀୟ ପ୍ରୟୋଜିତ ଯୋଜନା ପାଣ୍ଠି ମାଧ୍ୟମରେ ଜିଲ୍ଳାଅଂଚଳ ପ୍ରକଳ୍ପ ପାଇଁ ବ୍ୟୟ ଅଟକଳ ଉପରେ ଆଲୋଚନା ହୋଇଥିଲା । ସେହିପରି ଗତ ୨୦୦୬-୦୭ ଏବଂ ୨୦୧୭-୧୮ମଧ୍ୟରେ ଜିଲ୍ଳାକୁ ୧୮୪ କୋଟି ଟଙ୍କା ଅର୍ଥ ମଂଜୁର ହୋଇଥିବା ବେଳେ ୧୬୨କୋଟି ୯୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି ।