ରାୟଗଡା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ପରିଦର୍ଶନ କଲେ ରାମନାଗୁଡ଼ା ବ୍ଲକ

ରାୟଗଡା:- ରାୟଗଡା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଆଜି ଦିନିକିଆ ରାମନାଗୁଡ଼ା ବ୍ଲକ ପରିଦର୍ଶନ କରିଥିଲେ । ଏହି ପରିଦର୍ଶନରେ ଜିଲ୍ଲାପାଳ ପ୍ରଥମେ କରଡା ଗ୍ରାମକୁ ଯାଇ ସ୍ଵଂୟ ସହାୟକ ଗୋଷ୍ଠୀଙ୍କ ତେନ୍ତୁଳି ପ୍ରକ୍ରିୟାକରଣ ୟୁନିଟ ବୁଲିଦେଖିଥିଲେ । ପରେ ଖାମ୍ବାଗୁଡ଼ାରେ ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟାଙ୍କ ଦ୍ଵାରା ଗୋଲାପ ବଗିଚା, ରମାନାଗୁଡ଼ା ଇ ଲାଇବ୍ରେରୀ, ଗୋସାଇଁ ଗୁଲୁମୁଣ୍ଡାରେ ଇଣ୍ଡଷ୍ଟ୍ରିଆଲ ପାର୍କ, ନିଳକଣ୍ଠପୁରରେ ସ୍ଵଂୟ ସହାୟିକ ସଦସ୍ୟାଙ୍କ ଦ୍ଵାରା ମଲ୍ଲି ଫୁଲ ବଗିଚା, ଗଦଗଦା ଜଳ ପ୍ରପାତ, କୁଜେନ୍ଦ୍ରି ଗ୍ରାମାଞ୍ଚଳ ପାର୍କ, କୁଜେନ୍ଦ୍ରୀ ଉଚ୍ଚ ବିଦ୍ୟାଳୟ, ଓମଡିଂ ରେ ନିର୍ମାଣଧିନ ପୋଲ, ଗଟା ରେ ଡ୍ରାଗନ ଫଳ ଚାଷ ଆଦି ପ୍ରକଳ୍ପ ବୁଲି ଦେଖିଥିଲେ । ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଦେଖି ଖୁସି ବ୍ୟକ୍ତ କରିବା ସହ ଗୋଲାପ ଚାଷ କରୁଥିବା ସଦସ୍ୟା ଙ୍କୁ ଦେଶୀ ଗୋଲାପ ଚାଷ କରି ସେଥିରୁ ଗୋଲାପ ଜଳ ପ୍ରକ୍ରିୟାକରଣ ୟୁନିଟ କାର୍ଯ୍ୟକାରୀ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଗୁଣପୁର ଉପ ଜିଲ୍ଲାପାଳ ଅଭିଷେକ ଦୁଧାଲ୍, ମୁଖ୍ୟ ନିର୍ବାହୀ ଅଧିକାରୀ ଅକ୍ଷୟ ଖେମୁଣ୍ଡୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ, ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ, ମଙ୍ଗଳ ସଂପ୍ରସାରଣ ଅଧିକାରୀ ସୁସ୍ମିତା ରଥ, ସହକାରୀ ଯନ୍ତ୍ରୀ ପ୍ରତାପ ମିଶ୍ର, ବିପିସି ସନ୍ତୋଷ ରତ୍ନାଲୁ ଉଦ୍ୟାନ ବିଭାଗର ଅକ୍ଷୟ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।