ରୌପ୍ୟ ଆଣିଲେ ଦାହିୟା

ନୁଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : ପୁରୁଷ ଫାଇନାଲରେ ଋଷିଆର ଜଉର ଉଗେଭଙ୍କ ଠାରୁ ହାରିଲେ ରବି ଦାହିୟା । ପୁରୁଷ ୫୭ କେଜି ଫ୍ରିଷ୍ଟାଇଲ କୁସ୍ତିରେ ଭାରତକୁ ମିଳିଛି ରୌପ୍ୟ । ଫାଇନାଲରେ ରୁଷିଆନ୍ ଅଲିମ୍ପିକ୍ କମିଟି (ଆରଓସି)ର ଜଭୁର୍ ଉଗୁଏଭଙ୍କ ନିକଟରୁ ୪-୭ ପଏଣ୍ଟରେ ପରାସ୍ତ ହୋଇଛନ୍ତି। ଏହା ସହିତ ଭାରତର ପଦକ ସଂଖ୍ୟାରେ ଆଉ ଏକ ମେଡାଲ ଯୋଡି ହୋଇଛି । ସ୍ବର୍ଣ୍ଣ ପଦକ ଜିତିଛନ୍ତି ଋଷ ରେସଲର ଉଗୁଏଭ୍‌ । ରବିଙ୍କ ରୌପ୍ୟ ପଦକ ସହ ଭାରତର ପଦକ ସଂଖ୍ୟା ୫କୁ ବୃଦ୍ଧି ପାଇଛି ।