ବିଜେଡିରୁ ରାମଶଙ୍କର ସାହୁ ନିଲମ୍ବିତ

ଜଳେଶ୍ୱର(ଅଜିତ କୁମାର ସାହୁ): ବିଜେଡି ଦଳରୁ ନିଲମ୍ବିତ ହୋଇଛନ୍ତି ରଘୁନାଥପୁର ପଞ୍ଚାୟତର ରାମଶଙ୍କର ସାହୁ । ବସ୍ତା ବ୍ଲକ ବିଜୁ ଜନତା ଦଳର ବ୍ଲକ ସଭାପତି ଅନୀଲ କୁମାର ମହାନ୍ତି ରାମଶଙ୍କରଙ୍କୁ ନିଲମ୍ବନ କରିଛନ୍ତି। ବିଭିନ୍ନ ପ୍ରକାର ବିଶୃଙ୍ଖଳିତ ଆଚରଣ ଏବଂ ଦଳ ବିରୋଧୀ କାର୍ଯ୍ୟକ୍ରମ ପାଇଁ ଶ୍ରୀ ସାହୁଙ୍କୁ ନିଲମ୍ବନ କରାଯାଇଥିବା ଜଣାଯାଇଛି । ଏ ନେଇ ବ୍ଲକ ସଭାପତି ଶ୍ରୀ ମହାନ୍ତି ଜିଲ୍ଲା ସଭାପତି ରବିନ୍ଦ୍ର କୁମାର ଜେନା ଏବଂ ଜଳେଶ୍ୱର ବିଧାୟକ ଅଶ୍ୱିନି କୁମାର ପାତ୍ରଙ୍କ ସମେତ ରଘୁନାଥପୁର ପଞ୍ଚାୟତର ସଭାପତି କନକଲତା ପ୍ରଧାନଙ୍କୁ ମଧ୍ୟ ଅବଗତ କରାଇଛନ୍ତି । ତେବେ ନଲମ୍ବିତ କର୍ମୀ ଶ୍ରୀ ସାହୁ ପୂର୍ବରୁ ରଘୁନାଥପୁର ପଞ୍ଚାୟତର ସରପଞ୍ଚ ଓ ବିଜେଡ଼ିର ପଞ୍ଚାୟତ ସଭାପତି ମଧ୍ୟ ରହି ସାରିଛନ୍ତି । କିନ୍ତୁ ନିକଟ ଅତୀତରେ ବିଶୃଙ୍ଖଳିତ ଆଚରଣ ଓ ଦଳ ବିରୋଧୀ କାର୍ୟ୍ୟକ୍ରମ ପାଇଁ ପାଉଁଶକୁଲି ପଞ୍ଚାୟତର ବିଜୟ ପାଳ ଓ ସମରେନ୍ଦ୍ର ଜେନାଙ୍କୁ ମଧ୍ୟ ଦଳରୁ ନିଲମ୍ବନ କରାଯାଇଥିଲା। ଯାହା ପାଉଁଶକୁଲି , ରଘୁନାଥପୁର ସମେତ,ବସ୍ତା ଓ ଜଳେଶ୍ୱର ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।