ଗୁରୁବାର ଶ୍ରୀମନ୍ଦିରରେ ପାଳିତ ହେବ ରକ୍ଷାବନ୍ଧନ ଉତ୍ସବ

ପୁରୀ : ଗୁରୁବାର ଶ୍ରୀମନ୍ଦିରରେ ପାଳିତ ହେବ ରକ୍ଷାବନ୍ଧନ ଉତ୍ସବ । ସେହିଦିନ ବଳଭଦ୍ରଙ୍କର ମଧ୍ୟ ଜନ୍ମଦିନ । ଭଉଣୀ ସୁଭଦ୍ରା ବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ । ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ପାଟରା ବିଷୋୟୀ ସେବାୟତା ଚାରୋଟି ବଡ ରାକ୍ଷୀ ହ ପ୍ରସ୍ତୁତ ହେଉଛି ଗୁଆମାଳ ରଙ୍ଗବେରଙ୍ଗର ବାସୁଙ୍ଗା ପାଟରେ ପ୍ରସ୍ତୁତ ହେଉଛି ଗୁଆମାଳ । ରଙ୍ଗବେରଙ୍ଗର ବାସୁଙ୍ଗା ପାଟରେ ପ୍ରସ୍ତୁତ ହେଉଛି ରାକ୍ଷୀ। ବଳଭଦ୍ରଙ୍କ ପାଇଁ ବାଇଗଣୀ-ନୀଳ ଓ ଜଗନ୍ନାଥଙ୍କ ପାଇଁ ହଳଦିଆ-ନାଲି ରଙ୍ଗର ୨ଟି ଲେଖାଏଁ ରାକ୍ଷୀ ପ୍ରସ୍ତୁତ କରାଯାଉଛି। ଏହାଛଡା ପାର୍ଶ୍ବ ଦେବାଦେବୀଙ୍କ ପାଇଁ ମଧ୍ୟ ରାକ୍ଷୀ ପ୍ରସ୍ତୁତ କରାଯାଉଛି। ଗହ୍ମା ପୂର୍ଣ୍ଣମୀ ଦିନ ଉତ୍କଳୀୟ ପରମ୍ପରା ଅନୁସାରେ ଭଉଣୀ ଭାଇ ହାତରେ ସ୍ନେହର ଡୋରି ବାନ୍ଧିଥାଏ।