ନୂଆଦିଲ୍ଲୀ : ମାଆ ଏବଂ ଶିଶୁଙ୍କ ପାଇଁ ଏଣିକି ଟ୍ରେନ ଯାତ୍ରା ଅଧିକ ଆରାମଦାୟକ ହେବାକୁ ଯାଉଛି । କାରଣ ଭାରତୀୟ ରେଳବାଇ ଆଗାମୀ ଦିନରେ ୫ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଅଲଗା ବେବି ବର୍ଥ ନିର୍ମାଣ କରିବାକୁ ଯାଉଛି । ବେବି ବର୍ଥର ପ୍ରଥମ ପର୍ଯ୍ୟାୟ ପରୀକ୍ଷା ୨୦୨୨ ମସିହା ମେ’ ୮ ତାରିଖରେ ପ୍ରଥମେ ଲକ୍ଷେ୍ନø ମେଲରୁ ଆରମ୍ଭ କରାଯାଇଥିବା ବେଳେ ଏହାର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏହାର ସଫଳତା ପରେ ସମସ୍ତ ଟ୍ରେନରେ ବେବି ବର୍ଥ ରଖାଯିବ । ପିଲାମାନଙ୍କ ସୁରକ୍ଷା ଏବଂ ସୁବିଧାକୁ ପ୍ରାଥମିକତା ଦିଆଯାଇଥିବାରୁ ଏହି ନୂତନ ଡିଜାଇନ ପୂର୍ବ ଅପେକ୍ଷା ଅଧିକ ଆରାମଦାୟକ ଏବଂ ନିରାପଦ ରହିବ । ମଧ୍ୟପ୍ରଦେଶର ରାଜ୍ୟସଭା ଏମପି ତଥା ବିଜେପି ନେତା ଡ. ସୁମେର ସିଂ ସୋଲାଙ୍କି କହିଛନ୍ତି. ବେବି ବର୍ଥର ଡିଜାଇନରେ ପରିବର୍ତ୍ତନ ସମ୍ପର୍କରେ ସେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଛନ୍ତି। ସାକ୍ଷାତ ବେଳେ ସେ ରେଳ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେଯେ, ମା ଏବଂ ଶିଶୁଙ୍କ ପାଇଁ ଏକ ସାଧାରଣ ବର୍ଥରେ ଏକାଠି ଶୟନ କରିବାରେ ବହୁତ ସମସ୍ୟା ସୃଷ୍ଟି ହେଉଛି। ଏଭଳି ପରିସ୍ଥିତିକୁ ନଜରରେ ରଖି ବେବି ବର୍ଥ ଡିଜାଇନ୍ରେ କିଛି ପରିବର୍ତ୍ତନ କରାଯିବା ଉଚିତ । ରେଳବାଇ ଏହି ବର୍ଥକୁ ଯାତ୍ରୀଙ୍କୁ ଆବଣ୍ଟନ କରିବ ଯିଏ ଟିକେଟ ବୁକିଂ କରିବା ସମୟରେ ଏହାକୁ ବୁକ୍ କରିବେ