ନକଲି ସସ୍ କାରଖାନା ଉପରେ ଚଢଉ

କଟକ: ନକଲି ସସ୍ ଗୋଦାମରେ ପୋଲିସର ଚଢଉ ।କଟକ ମାଲଗୋଦାମ ଅଂଚଳରେ ଥିବା ଏକ ନକଲି ସସ୍ ଗୋଦାମରେ ପୋଲିସର ଚଢଉ । ବହୁ ପରିମାଣର ନାମୀ ଦାମୀ ବ୍ରାଣ୍ଡର ସସ୍ ବୋତଲ ଜବତ କରାଯାଇଛି । ନକଲି ଗୋଦାମରୁ କେଉଁ କେଉଁ ଜାଗାକୁ ସସ୍ ସପ୍ଲାଏ କରାଯାଉଥିଲା ସେନେଇ ଛାନଭିନ୍ ଆରମ୍ଭ କରିଛି ପୋଲିସ । ଏହି ସସ୍ ଗୁଡ଼ିକ ଅପମିଶ୍ରିତ ଓ ଏହାର ସାମ୍ପୁଲ ଟେଷ୍ଟ ପାଇଁ ପଠାଯିବ ବୋଲି ଜଣାପଡ଼ିଛି । ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ ।