ରଥଯାତ୍ରା ଲାଗି ଆରଏଏଫର ମକଡ୍ରିଲ

ପୁରୀ: ରଥଯାତ୍ରା ଲାଗି ପୁରୀରେ ପ୍ରସ୍ତୁତି ଜୋରଦାର କରାଯାଇଛି । ରଥଯାତ୍ରାରେ ସୁରକ୍ଷା ଲାଗି ରାପିଡ୍ ଆକ୍ସନ ଫୋର୍ସ (ଆର୍ଏଏଫ) ପକ୍ଷରୁ ମକଡ୍ରିଲ କରାଯାଇଛି । ସୁରକ୍ଷା ଲାଗି ୨ ରାପିଡ ଆକ୍ସନ ଫୋର୍ସ ନିୟୋଜିତ ହେବେ । ଏଥିରେ ୨୪୦ ଜଣ ଯବାନ ରହିବେ । ପୁରୀ ପୁଲିସକୁ ମଧ୍ୟ ଏଥିରେ ସାମିଲ କରାଯାଇଛି । ତେବେ ରଥଖଳାରେ ବୁଧବାର ଶେଷ ସୁଦ୍ଧା ତିନି ରଥର ଦଣ୍ଡା ଉଠି ଏଥିରେ ନିରାଡି, କୋଣଗୁଜ ଆଦି ସଂଯୋଗ କରାଯାଇଛି । ତିନିରଥର ଦଣ୍ଡା ପଡିଲା ପରେ ଦଣ୍ଡା ଗୋଲେଇ କାର୍ଯ୍ୟ ପରେ ଦଣ୍ଡାଗୁଡିକରେ ଅର୍ଦ୍ଧଚନ୍ଦ୍ରାକାର ଖୋଦେଇ ସାରି ଦଣ୍ଡା ଓ ଅଖକୁ ଖାପରେ ପକାଇ ଦଉଡିରେ ଟାଣ ଦେଇ ବାନ୍ଧିଥିଲେ । ଏହାପରେ ପାଞ୍ଚ ଦଣ୍ଡା ଆଗ ଓ ପଛରେ ମୁହାଣ୍ଟ ସଂଯୋଗ ହୋଇଥିଲା । ଆଉ ମୁହାଣ୍ଟରେ ୫ଟି ସାଲ ଗୁଜ ଓ ପଛ ମୁହାଣ୍ଟରେ ୩ଟି ଜଳଯନ୍ତ୍ର ସହ ଦୁଇଟି ସାଇଗୁଜ ଉଠି ଗୁଜ ଉପରେ ନିରାଡି ଉଠିଛି ।