ବାଲାଟ୍ ବକ୍ସର ସୁରକ୍ଷାକୁ ନେଇ ପ୍ରଶ୍ନ

ସାଲେପୁର: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ୪୧ଟି ପଞ୍ଚାୟତ ର ୫୯୦ଟି ବାଲଟ ବାକ୍ସ ନିଶ୍ଚିତକୋଇଲି ପିପି କଲେଜରେ ଥିବା ବେଳେ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ ! ଯାହାକୁ ନେଇ ତାତିଛନ୍ତି ଲୋକେ । ଏନେଇ ସ୍ଥାନୀୟ ବିଡିଓ ତଥା ବ୍ଲକ ନିର୍ବାଚନ ଅଧିକାରୀ କୌଣସି ପ୍ରାଥୀକୁ ସାଙ୍ଗରେ ନନେଇ ଷ୍ଟ୍ରଙ୍ଗ ରୁମ ମୁଖ୍ୟ ଫାଟକର ତାଲା ଖୋଲିବାକୁ ନେଇ ଆପତ୍ତି ଉଠିଥିବା ବେଳେ ଷ୍ଟ୍ରଙ୍ଗ ରୁମ ଭିତରେ ବାଲଟ ବାକ୍ସ ବିଡିଓ ହେରଫେର କରିଥିବା ନେଇ ଆସିଛି ସଙ୍ଗୀନ ଅଭିଯୋଗ । ଉତ୍ୟକ୍ତ ଲୋକମାନେ ଦୀର୍ଘ ଏକ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ରାସ୍ତାରୋକ କରିବାରୁ ଘଟଣାସ୍ଥଳରେ କଟକ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେହୁରା ପହଞ୍ôଚ ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିଥିଲେ, ହେଲେ ଲୋକମାନେ ଜିଦ୍ ଧରିଥିଲେ ସିସିଟିଭି ଯାଞ୍ଚ ପାଇଁ । ପରେ କରାଯାଇଥିଲା ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ସିସିଟିଭି ଯାଞ୍ଚ। ହେଲେ ସେଥିରୁ କିଛି ସୁଫଳ ନମିଳିବାରୁ ଉପଜିଲ୍ଲାପାଳ ଷ୍ଟ୍ରଙ୍ଗରୁମର ମୂଖ୍ୟ ଦ୍ୱାରକୁ ପୁନଃ ସିଲ୍ କରିଥିଲେ ଏବଂ ନିର୍ବାଚନରେ ଭାଗ ନେଇଥିବା ପ୍ରାର୍ଥୀଙ୍କୁ ଆହ୍ୱାନ କରିଥିଲେ। ଯାହାର ସନ୍ଦେହ ହେଉଛି ସେମାନେ ଏଠାରେ ନିଜସ୍ଵ ତାଲା ପକାଇ ପାରିବେ। ପରେ ଜଣେ ପ୍ରାର୍ଥୀ ନିଜସ୍ଵ ତାଲା ପକାଇଥିଲେ। ପ୍ରକାଶ ଥାଉକି ଭୋଟ ଗଣତି ପୂର୍ବରୁ ତାଲା ଖୋଲିବାର ସର୍ତ୍ତ ରେ ପ୍ରାର୍ଥୀ ଜଣକ ତାଲା ମାରିଥିଲେ। ଏ ବାବଦରେ କିଛି ପ୍ରାର୍ଥୀ ନିର୍ବାଚନ କମିଶନଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।
ସୂଚନାନୁସାରେ ଷ୍ଟ୍ରଙ୍ଗ୍ ରୁମ୍ ସୁରକ୍ଷାକୁ ନେଇ ଗତ ୧୯ ତାରିଖ ରେ କଟକ-ଚାନ୍ଦବାଲି-ସୁକରପଡା ଠାରେ ରାସ୍ତା ରୋକକୁ ଗତକାଲି ଅର୍ଥାତ୍ ୨୦ ତାରିଖ ସନ୍ଧ୍ୟାରେ ସେହି କଟକ-ଚାନ୍ଦବାଲି ରାସ୍ତାର ପଂଚାୟତ ପ୍ରହଲ୍ଲାଦ ମହାବିଦ୍ୟାଳୟ ନିକଟରେ ରାସ୍ତା ରୋକ କଲେ ପ୍ରାର୍ଥୀ ଓ ସମର୍ଥକ। ସ୍ଥାନୀୟ ବିଡିଓ ତଥା ବ୍ଲକ ନିର୍ବାଚନ ଅଧିକାରୀଙ୍କ ବ୍ୟାଲଟ୍ ବକ୍ସ ରହୁଥିବା ଷ୍ଟ୍ରଙ୍ଗ୍ ରୁମ୍ର କୋହଳ ସୁରକ୍ଷା ଏବଂ ନିଜେ ମନମୁଖି ଭାବେ ପ୍ରାର୍ଥୀ ମାନଙ୍କୁ ନଜଣାଇ ଷ୍ଟ୍ରଙ୍ଗ୍ ରୁମ୍ର ମୁଖ୍ୟ ଦ୍ୱାରାର ତାଲାର ସିଲ୍ ଭାଙ୍ଗି ପ୍ରବେଶ କରିବାରୁ ତାତିଲେ ଲୋକେ। ଆଉ ବିଡିଓଙ୍କ ବଦଳି ଦାବିରେ କରିଥିଲେ ରାସ୍ତା ଅବରୋଧ।