କ୍ୱାରେଣ୍ଟାଇନ ନିୟମ ଉଲଙ୍ଘନ କଲେ ଗିରଫ ହେବ: ଅସିତ ତ୍ରିପାଠୀ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): କ୍ୱାରେଣ୍ଟାଇନ ନିୟମ ଉଲଙ୍ଘନ କଲେ ଗିରଫ ହେବ । ଏ ନେଇ ଆଜି ଗୀତ ଗୋବିନ୍ଦ ଭବନରେ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚି ଅସିତ ତ୍ରିପାଠୀ କହିଛନ୍ତି । ଓଡିଶାରେ କରୋନା ସ୍ଥିତି ଅନ୍ୟ ଦେଶ ତୁଳନାରେ ନିୟନ୍ତ୍ରଣରେ ରହିଛି । ଏହି ସ୍ଥିତିକୁ କୌଣସି ପରିସ୍ଥିତିରେ ଖରାପ ହେବାକୁ ଦେବୁନି । ଗୃହମନ୍ତ୍ରାଳୟର ସମସ୍ତ ନିର୍ଦ୍ଦେନାମାକୁ ଓଡିଶାରେ ପାଳନ କରୁଛୁ । ଟ୍ରେନ୍ ଓ ବସ୍ ଯୋଗେ ପ୍ରବାସୀଙ୍କୁ ଓଡିଶା ଅଣାଯାଉଛି । ଆଜି ହଜାରରୁ ଅଧିକ ପ୍ରବାସୀ ଓଡିଶା ଆସିଛନ୍ତି ।

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ପୂର୍ଣ୍ଣ ଚେଷ୍ଟା କରୁଛନ୍ତି । କେଉଁ ରୁଟରେ ବସ୍ ଯାଉଛି ତାହାକୁ ଅନୁଧ୍ୟାନ କରାଯାଉଛି । ଭୁଲ ରୁଟରେ ବସ୍ ନେଲେ କଡା କାର୍ୟ୍ୟାନୁଷ୍ଠାନ ନିଆଯିବ । ପ୍ରବାସୀ ଓଡିଆଙ୍କୁ ଜିଲ୍ଲା ବାହାରେ କ୍ୱାରେଣ୍ଟାଇନରେ ରଖାଯିବ । ନିୟମ ନ ମାନିଲେ କ୍ୱାରେଣ୍ଟାଇନର ଅବଧି ବଢାଯିବ । ଏହାକୁ ଖିଲାପ କଲେ ଗିରଫ ମଧ୍ୟ କରାଯିବ । ବିନା ପାସରେ ବସ ଆସିଲେ ସୀମା ଭିତରକୁ ପ୍ରବେଶ ଅନୁମତି ମିଳିବ ନାହିଁ । ଓଭରଲୋଡ ଆସୁଥିବା ବସକୁ ମଧ୍ୟ ପ୍ରବେଶ ଅନୁମତି ମିଳିବ ନାହିଁ ବୋଲି ଅସିତ୍ ତ୍ରିପାଠୀ କହିଛନ୍ତି । ସରକାରଙ୍କ ଏହି ଚେଷ୍ଟାକୁ ଆମେ ବିଫଳ ହେବାକୁ ଦେବୁନି ବୋଲି ଅସିତ୍ ତ୍ରିପାଠୀ କହିଛନ୍ତି ।