(ଶୁଭସ୍ମିତା ଦାଶ): ପୁରୀ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପ୍ରତିବାଦରେ ଆସନ୍ତା କାଲି ବଡ଼ ଦାଣ୍ତରେ ଲଙ୍କାକାଣ୍ତ ଘଟିଥିଲା । ଭକ୍ତ, ସାଧାରଣ ଜନତା ଏବଂ ଜଗନ୍ନାଥ ସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବିକ୍ଷୋଭର ମାତ୍ରା ଏତେ ଯୋର ବଢିଯାଇଥିଲା ଯେ ବଡ଼ଦାଣ୍ଡ ପାଲିଟି ଯାଇଥିଲା ରଣକ୍ଷେତ୍ର । ପରିସ୍ଥିତି ଏପରି ଉପୁଜିଥିଲା ଯେ ପୋଲିସ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିଲା । ତଥାପି ବ୍ୟାରିକେଟ ଭାଙ୍ଗି ମନ୍ଦିର ଭିତରକୁ ପସିବାକୁ ଉଦ୍ୟମ କରିଥିଲେ । ଶ୍ରୀ ମନ୍ଦିର କାର୍ଯ୍ୟାଳୟ ଭିତରେ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହ ଦରକାରୀ କାଗଜ ପତ୍ରକୁ ନଷ୍ଟ ମଧ୍ୟ କରିଥିଲେ ।
ହେଲେ ଆଜି ଶାନ୍ତ ପଡ଼ିଛି ବଡ଼ଦାଣ୍ଡ । ୧୪୪ ଧାରାକୁ ମଧ୍ୟ ଉଠାଇଦିଆ ଯାଇଛି । ଭକ୍ତ ମାନେ ଧାଡ଼ିଦର୍ଶନରେ ନ ଆସି ଚାରି ଦ୍ୱାରା ଦେଇ ଆସି ଶ୍ରୀ ଜୀଉଙ୍କୁ ଦର୍ଶନ କାରିବେ । ମାତ୍ର ଏଥିପାଇଁ ସେମାନଙ୍କୁ ପରିଚୟ ପତ୍ର ଦେଖାଇବାକୁ ପଡ଼ିବ । ଏନେଇ ଲୋକଙ୍କୁ ସଚେତନ କରାଯିବ । ସେବାୟତଙ୍କ ପରିବାର ଲୋକେ ବିନା ବାଧାରେ ଶ୍ରୀ ମନ୍ଦିର ଭିିତରକୁ ପ୍ରବେଶ କରିପାରିବେ । ଗତ କାଲିର ସମ୍ବେଦନଶୀଳ ଘଟଣାରେ ଆଜି ପୁଲିସ ଡିଜି କଟକ ମୁଖ୍ୟାଳୟରେ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି। ପରିସ୍ଥିତିର ମୁକାବିଲା ପାଇଁ ଦୁଇ ବରିଷ୍ଠ ଆଇପିଏସ୍ ଅଫିସରଖଳଙ୍କ ଆଲୋଚନା କରାଯାଇଛି। ଘଟଣା ସ୍ଥଳକୁ ଓଡ଼ିଶା ସୁଇପ୍ଟ ଆକ୍ସନ୍ ଫୋର୍ସ(ଓଏସ୍ଏଫ୍) ୩ ପ୍ଲାଟୁନ୍ ଫୋର୍ସ ଡିଜିପି ପଠାଇଛନ୍ତି। ପୁରୀର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳର ଫୋର୍ସ ମୁତୟନ କରାଯାଇଛି। ସମସ୍ତ ଛକ ବଜାରରେ ପୁଲିସ ଫ୍ଲାଗ୍ ମାର୍ଚ ଆରମ୍ଭ କରିଦେଇଛି। ବର୍ତ୍ତମାନ ସୁଦ୍ଧା ଥାନାରେ କେତେ ସ˚ଖ୍ୟାରେ ସେ ନେଇ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ପ୍ରାଥମିକ ଭାବେ ପୁଲିସ ତଦନ୍ତ ଆରମ୍ଭ କରିଛି।
ଡିଜି ଡାକ୍ତର ଆର୍ .ପି. ଶର୍ମା ସୂଚନା ଦେଇ କହିଛନ୍ତି ଯେ ଧାଡ଼ି ଦର୍ଶନକୁ ବିରୋଧ କରାଯାଇ କିଛି ଗୋଷ୍ଠୀ ଏ ପ୍ରକାର କାଣ୍ତ ଘଟାଇଛନ୍ତି। ପୁରୀର ୨୦ ପୁଲିସ କର୍ମଚାରୀ ଏବ˚ ୧୦ ଜଣ ସାଧାରଣ ଲୋକ ଆହତ ହୋଇଛନ୍ତି। ପୁରୀ ଏସ୍ପି ଏବ˚ ଜିଲ୍ଲାପାଳଙ୍କୁ ନେଇ ତୁରନ୍ତ ଏକ ବୈଠକ ଆୟୋଜନ କରିବାକୁ କୁହାଯାଇଛି। ସହରରେ ଶାନ୍ତି ଶୃଙ୍ଖଳା ଫେରାଇ ଆଣିବାକୁ ଆଲୋଚନା କରାଯିବ। କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମଧ୍ୟ ଘଟଣାସ୍ଥଳକୁ ପଠାଯାଇଛି। ସେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଛନ୍ତି। ଏବେ ପୁରୀ ହି˚ସାକାଣ୍ତ ଘଟଣାରେ ତଦନ୍ତ କରାଯାଉଛି। ପ୍ରମାଣ ଆଧାରରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୁଲିସ ପାଟ୍ରୋଲି˚ ବ୍ୟବସ୍ଥା କଡ଼ାକଡ଼ା ଆରମ୍ଭ ହୋଇଥିବା ବେଳେ ହି˚ସାକାଣ୍ତ ଘଟାଇଥିବା ଦୁର୍ବୃତ୍ତ ଶ୍ରେଣୀୟ ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖାଯାଇଛି। ଅନ୍ୟପଟେ ଏବେ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ଆରମ୍ଭ ହୋଇଛି।