ପୁଣି ଶ୍ରୀମନ୍ଦିର ସୁରକ୍ଷା ଉପରେ ବଡ଼ ପ୍ରଶ୍ନବାଚୀ, ଭାଇରାଲ୍‌ ହେଲା ଶ୍ରୀମନ୍ଦିର ଭିତର ଫଟୋ

ପୁରୀ: ପୁଣି ଶ୍ରୀମନ୍ଦିର ସୁରକ୍ଷା ଉପରେ ବଡ଼ ପ୍ରଶ୍ନବାଚୀ । ଭାଇରାଲ୍‌ ହେଲା ଶ୍ରୀମନ୍ଦିର ଭିତର ଫଟୋ । ସୋସିଆଲ ମିଡିଆରେ ଆଶୀର୍ବାଦ945 ଆଇଡିରୁ ଫଟୋ ହୋଇଛି ଭାଇରାଲ୍‌ । ରତ୍ନସିଂହାସନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋ ହୋଇଛି ଭାଇରାଲ୍‌ । ଶ୍ରୀମନ୍ଦିର ଭିତର ଫଟୋ ସହ ବାହାରେ ନିଜ ଫଟୋ ଉଠାଇ କରିଛନ୍ତି ଅପ୍‌ଲୋଡ୍ । ଅତି ନିକଟରୁ ଫଟୋ ନିଆଯାଇଥିବା ଦେଖିବାକୁ ମିଳିଛି । ଯାଞ୍ଚ ସତ୍ତ୍ୱେ ମୋବାଇଲ କିପରି ଯାଉଛି ଭିତରକୁ ତାକୁ ନେଇ ପ୍ରଶ୍ନବାଚୀ । ବେଶ କିଛି ଦିନ ନୀରବତା ପରେ ଶ୍ରୀମନ୍ଦିର ଭିତର ଫଟୋ ପୁଣି ଭାଇରାଲ। ସୋସିଆଲ ମିଡିଆରେ ଆଶୀର୍ବାଦ ନାମକ ଜଣେ ବ୍ୟକ୍ତି କରିଛନ୍ତି ଭାଇରାଲ। ରତ୍ନସିଂହାସନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋ ହୋଇଛି ଭାଇରାଲ । ଅତି ନିକଟରୁ ଫଟୋ ନିଆଯାଇଥିବା ଦେଖିବାକୁ ମିଳିଛି । ବ୍ୟକ୍ତି ଜଣକ କିଭଳି ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇଛନ୍ତି ତାହାର ତଦନ୍ତ ନିହାତି ଜରୁରୀ। ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି।