ବସ୍ ରହଣୀ ଦାବି ନେଇ ରାସ୍ତାରୋକ କଲେ ଛାତ୍ରଛାତ୍ରୀ

( ଜୟନ୍ତ କୁମାର ସେଠୀ) : ପୁରୀ ଜିଲ୍ଲା ପିପିଲି ବ୍ଲକ ଅନ୍ତର୍ଗତ ତେଇଶିପୁର ପଞ୍ଚାୟତର ନିର୍ମଳା ଛକଠାରେ ବସଷ୍ଟାଣ୍ଡ ଥିଲେ ମଧ୍ୟ ବସ ନରହିବାରୁ କଲେଜ ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି । ଏନେଇ ଛାତ୍ରଛାତ୍ରୀମାନେ ପୁରୀ –ଭୁବନେଶ୍ୱର ରାସ୍ତାରୋକ କରିଥିଲେ । ଏନେଇ ଆଜି କଲେଜ ଛାତ୍ରଛାତ୍ରୀମାନେ ତେଇଶିପୁର ସମିତିସଭ୍ୟ ଧରଣିଧର ସାହୁ ଓ ସରପଞ୍ଚ ନରେନ୍ଦ୍ର ଦାସଙ୍କ ଉପସ୍ଥିତିରେ ବସ ରହଣି ବିଷୟରେ ଆଲୋଚନା କରିଥିଲେ । ବସ ନରହିବାରୁ ଛାତ୍ରଛାତ୍ରୀମାନେ ଅଟୋରେ ଯାଇ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏହି ଘଟଣା ସମ୍ପର୍କରେ ଖବର ପାଇ ତତ୍କାନୀନ ପିପିଲି ତହସିଲଦାର ଦେବଜାନି ଧଳ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀ ବୁଝାସୁଝା କରିବା ବସ ରହଣି ନିମନ୍ତେ ଲିଖିତ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା । ଏଭଳି ଘଟଣା ପୁନାବୃତ୍ତି ନହୋଇ ସମିତି ସଭ୍ୟ ଧରଣୀ ସାହୁ ଏହାକୁ ନିନ୍ଦା କରିବା ସହ ଏହାର ସ୍ଥାୟୀ ସମାଧାନ ପାଇଁ ପୁରୀ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ , ପୁରୀ –ଭୁବନେଶ୍ୱର ବସ ସଂଘକୁ ଚିଠି ଦ୍ୱାରା ବସ ରହଣୀ ପାଇଁ ନିବେଦନା କରିବା ସହ ମାନ୍ୟବର ପଞ୍ଚାୟତ ରାଜମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଦୃଷ୍ଟି କରାଯିବ ବୋଲି କହିଛନ୍ତି ।