ଭୁବନେଶ୍ୱର : ପ୍ରକାଶ ପାଇଲା +୨ ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି । ଆସନ୍ତା ୨୨ରୁ ୨୭ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ନଭେମ୍ବର ୧ ତାରିଖରେ ମେରିଟ ଲିଷ୍ଟ ସମେତ ୱେଟିଂ ଲିଷ୍ଟ ପ୍ରକାଶ ପାଇବ। ଖାଲିଥିବା ସିଟ୍ ସଂଖ୍ୟାର ୧୦ ଗୁଣ ଛାତ୍ରଛାତ୍ରୀ ୱେଟିଂ ତାଲିକାରେ ସ୍ଥାନ ପାଇବେ।୨ରୁ ୫ ତାରିଖ ପର୍ଯ୍ୟନ୍ତ ଚୟନ ହୋଇଥିବା ଛାତ୍ରଛାତ୍ରୀ ନାମ ଲେଖାଇପାରିବେ। ୱେଟିଂ ତାଲିକାରେ ଥିବା ଛାତ୍ରଛାତ୍ରୀମାନେ ୭ ଓ ୮ ତାରିଖ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ପଞ୍ଜୀକରଣ କରିବା ପରେ ସେହିଦିନ ସାଢ଼େ ୪ଟାରେ ଚୂଡ଼ାନ୍ତ ୱେଟିଂ ତାଲିକା ପ୍ରକାଶ ପାଇବ। ୧୧ରୁ ୧୩ ତାରିଖ ମଧ୍ୟରେ ନାମଲେଖା ଶେଷ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ସୂଚନା ଦେଇଛି। ସୂଚନାଯୋଗ୍ୟ, ଯେଉଁ ଛାତ୍ରଛାତ୍ରୀମାନେ ପ୍ରଥମ ଦୁଇଟି ପର୍ଯ୍ୟାୟରେ ନାମ ଲେଖାଇନାହାନ୍ତି, ସେମାନେ ଆବେଦନ କରିପାରିବେ।