ଗଜପତି ଜିଲ୍ଲାରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

 ଗଜପତି /ବିବେକାନନ୍ଦ ବେହେରା:  ଆଜି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ତଥା ଜୋନ ନୋମ୍ବର -୦୩ ଗାଇବା ଠାରେ  ବିଜୁ ଜନତା ଦଳର  ଜନ ସମ୍ପର୍କ  ପଦଯାତ୍ରା  ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ   ବିଜେଡ଼ି  ଯୁବନେତା ଈଂ . ରୂପେଶ ପାଣିଗ୍ରାହୀ, ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀ  ଜଗବନ୍ଧୁ ଦାସ,ଗୁମ୍ମା ବ୍ଲକ ଅଧ୍ୟକ୍ଷା ଶ୍ରୀମତି ସୁନେମି ମଣ୍ଡଳ, ଗୁମ୍ମା ବ୍ଲକ ବିଜେଡ଼ି ସଭାପତି ଅଗଷ୍ଠସ ଗୋମଙ୍ଗ, ଏସଡ଼ିସି ଅଧ୍ୟକ୍ଷା ମରିୟମ ରଇତ, ରାଜ୍ୟ ବିଜେଡ଼ି ସମ୍ପାଦକ  ଶ୍ରୀ ବସନ୍ତ ଦାସ, ଶ୍ରୀ ମରୁତ ପାଲ  ଓ ଶ୍ରୀ ପ୍ରଦୀପ ନାୟକ ,  ଜିଲ୍ଲା ଉପସଭାପତି ଶ୍ରୀ ଲକ୍ଷ୍ମୀକାନ୍ଥ ପରିଚ୍ଛା ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଏବଂ  ବହୁ  ଯୁବ, ଛାତ୍ର, ମହିଳା, ବ୍ଲକ ସଭାପତି ବହୁ ସଂଖ୍ୟାରେ ଜନ ସାଧାରଣ  ଯୋଗଦେଇ ଥିଲେ | ରୀଙ୍କୁ ଲିମା ପରିଚାଲନା ର ଦାୟିତ୍ଵ ରେ ରୋହି ଏହି ପଦଯାତ୍ରାକୁ  ସାଫଲ୍ଯ ମଣ୍ଡିତ କରିଥିଲେ ।