ବେଳାଭୂମିରେ ମଦ ଦୋକାନ ଖୋଲିବା ନେଇ ଜନସ୍ୱାର୍ଥ ମାମଲା

ପୁରୀ(ରିପୋର୍ଟସ ଟୁଡେ) : ବେଳାଭୂମିରେ ମଦ ଦୋକାନ ଖୋଲିବା ନେଇ ଭାରତୀୟ ବିକାଶ ପରିଷଦ କୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଛି । ଖବର ଅନୁଯାୟୀ, ରାଜ୍ୟ ସରକାର ବେଳେଭୂମିରେ ୨୦ଟି ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ବାଲେଶ୍ଵର,ପୁରୀ, ଗଞ୍ଜାମ ଓ ଜଗତସିଂପୁରରେ ଥିବା ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ନିଷ୍ପତି ହୋଇଛି । ତେବେ ଏହି ନିଷ୍ପତ୍ତିକୁ ବିରୋଧ କରିଛି ଭାରତୀୟ ବିକାଶ ପରିଷଦ । ଯାହାକୁ ନେଇ ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି ।
ଗତ କିଛି ମାସ ଧରି ବେଳାଭୂମିରେ ମଦ ଦୋକାନ ଖୋଲିବା ନେଇ ବିଭିନ୍ନ ରାନନୈତିକ ସଂଗଠନ, ବୁଦ୍ଧିଜୀବି ମହଲରୁ ତୀବ୍ର ବିରୋଧ ହୋଇ ଆସୁଛି ।