ଭୁବନେଶ୍ବର: ଦିନକୁ ଦିନ ରାଜ୍ୟରେ ବଢିବାରେ ଲାଗିଛି ଆଖିଧରା ରୋଗ । ନିର୍ଦ୍ଦିଷ୍ଟ ତଥ୍ୟ ନ ଥିଲେ ବି ଆଖିଧରା ରୋଗସଂଖ୍ୟା ବୃଦ୍ଧି ଘଟିଛି। ଏହି ରୋଗ ଏକ ବାୟୁବାହିତ ରୋଗ ହୋଇଥିବାରୁ ଆଖି ଧରିଲେ ପିଲାମାନଙ୍କୁ ସ୍କୁଲ ନ ପଠାଇବା ପାଇଁ ଅଭିଭାବକ ମାନଙ୍କୁ ନିବେଦନ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର । ତାଙ୍କ କହିବା ଅନୁଯାୟୀ ଆଖିଧରା ହେଉଛି ଭୂତାଣୁଜନିତ ରୋଗ। ସାଧାରଣତଃ ଋତୁ ପରିବର୍ତ୍ତନ ହେଲେ ତାପମାତ୍ରାରେ ପରିବର୍ତ୍ତନ ହୋଇ କିଛି ଭୂତାଣୁ ସକ୍ରିୟ ହୁଅନ୍ତି। ଏହି ସମୟରେ ଥଣ୍ଡାକାଶ ମଧ୍ୟ ହୁଏ। ସେହି ଅନୁସାରେ କିଛି ସଂଖ୍ୟା ବଢିଛି। ଏହା ଜଣଙ୍କ ପାଖରୁ ଅନ୍ୟଜଣଙ୍କ ପାଖକୁ ଯାଏ, ରୁମାଲ, ଆଖିରେ ହାତ ମାରିବା ବ୍ୟକ୍ତିଠାରୁ ବ୍ୟକ୍ତି ସଂପର୍କରେ ଆସିଲେ ଏହା ବ୍ୟାପିଥାଏ । କିଏ କାହାକୁ ଅନେଇଲେ ଏହା ବ୍ୟାପେ ନାହିଁ। ସଚେତନ ରହିଲେ ବିଶେଷ ଅସୁବିଧା ହୋଇନଥାଏ । ଏହା ଭଲ ହେବାପାଇଁ ପ୍ରୟ ଏକ ସପ୍ତାହ ସମୟ ଲାଗିଥାଏ । ହାତ ଦ୍ୱାରା ଏହା ବ୍ୟାପିଥାଏ। ଏଣୁ ହାତ ବାରମ୍ବାର ଧୋଇବା ଦରକାର। ଏହା ହେଲେ ଜ୍ୱର ହେବା ଓ ମୁଣ୍ଡ ବିନ୍ଧିବାର ସମ୍ଭାବନା ରହିଥାଏ ବୋଲି ସେ କହିଛନ୍ତି ।