ସାଲେପୁର ଆଦର୍ଶ ଥାନା ପକ୍ଷରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ସାଲେପୁର/ ତାରାକାନ୍ତ ନାୟକ : କଟକ ଜିଲ୍ଲା ସାଲେପୁର ସହରରେ ମୁନ୍ସୀ ମେଳଣ ଉପଲକ୍ଷେ ସାଲେପୁର ଆଦର୍ଶ ଥାନା ପକ୍ଷରୁ ମେଳଣର ୯୭ ତମ ବାର୍ଷିକ ଉତ୍ସବ ସହ ପ୍ରଥମ କରି ସମ୍ବର୍ଦ୍ଧନାକାର୍ଯ୍ୟକ୍ରମ ସମାରୋହରେ ପାଳନ କରାଯାଇଛି। ଏହି ଉତ୍ସବରେ ଆଦର୍ଶ ଥାନାର ଆଇଆଇସି ଗିରିଜା ନନ୍ଦନ ପଟ୍ଟନାୟକଙ୍କ ପୌରହିତ୍ୟ କରିଥିଲେ। ମୁଖ୍ୟ ଅତିଥି ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଯୋଗ ଦେଇ ଥାନା ପକ୍ଷରୁ ଏହିଭଳି କାର୍ୟ୍ୟକ୍ରମ କୁ ପ୍ରଶଂସା କରିବା ସହିତ ତିନିବର୍ଷ ପରେ ହେବାକୁ ଥିବା ମେଳଣର ସୁବର୍ଣ୍ଣ ଜୟନ୍ତୀକୁ ମହାସମାରୋହରେ ପାଳନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରାରମ୍ଭରେ ଆଇଆଇସି ଶ୍ରୀ ପଟ୍ଟନାୟକ ସ୍ବାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିବା ସହିତ ଆସନ୍ତା ବର୍ଷକୁ ଏହି କାର୍ୟ୍ୟକ୍ରମକୁ ଦୁଇ ଦିନ ବ୍ୟାପୀ କରାଯିବ ବୋଲି କହିବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ବିଶିଷ୍ଟ ଅତିଥି ଭାବେ ଅବସରପ୍ରାପ୍ତ ପୋଲିସ ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥୀ, ମୁଖ୍ୟ ବକ୍ତା ଭାବେ ସାଲେପୁର ଉପଖଣ୍ଡ ପୋଲିସ ଅଧିକାରୀ ବିମଳ ଚନ୍ଦ୍ର ବାରିକ, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧକ୍ଷ ରାମଚନ୍ଦ୍ର ଭୋଇ, ସମାଜସେବୀ ନବ କିଶୋର କର, ଯୁବ ସଂଗଠକ ବିଶ୍ୱଜିତ୍ ବିଶ୍ବାଳ, ସାଲେପୁର ବ୍ଲକ୍ ଯୁବ ବିଜେଡ଼ି ସଭାପତି ସଂଜିତ ଦାଶ, ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଥାନା ପକ୍ଷରୁ ଅତିଥି ମାନେ ଅଞ୍ଚଳର ପ୍ରତିଭାମାନ ବ୍ୟକ୍ତି ମାନଙ୍କୁ ପୁଷ୍ପ ଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। କବି ଅକ୍ଷୟ କୁମାର ଦାଶ, ଶିକ୍ଷାବିତ୍ ବିଣ୍ଣୁ ଚରଣ ମିଶ୍ର, ସଂଗଠକ ହେମନ୍ତ କୁମାର ନନ୍ଦ ପ୍ରମୁଖ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ। ଥାନାର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସମ୍ବାଦ ସାହିତ୍ୟ ଘର ସାଲେପୁର ଶାଖା ସମ୍ପାଦକ ସମ୍ବିତ ଦାସ ଧନ୍ୟବାଦ ଦେଇଥିଲେ।ରାତ୍ରରେ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା।