(ଶେଖ୍ ଫାଇଜାନ କାଦରୀ)ଭଦ୍ରକ: ଭଦ୍ରକ ଜିଲ୍ଲାରେ ଏକ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଜିଲ୍ଲା ଯାଦବ ଓ ଯୁବ ଯାଦବ ମହାସଭା ପକ୍ଷରୁ ଭାଗବତ କଲ୍ୟାଣ ମଣ୍ଡପରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ମେଡିକାଲ କଲେଜ ପ୍ରତିଷ୍ଠା ଦାବି ପ୍ରତିଟି ଜିଲ୍ଲାବାସୀଙ୍କ ଭାବନ ସହ ଜଡ଼ିତ ଥିବା ସତ୍ତେ୍ୱ ଦାବି ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଜିଲ୍ଲାବାସୀଙ୍କୁ ବ୍ୟଥିତ କରୁଛି ବୋଲି ମହାସଭା ପକ୍ଷରୁ ପ୍ରକାଶ ଜ୍ୟୋତି ମହାକୁଡ଼, ଅମର ବାରିକ, ମନୋଜ ପାଣ୍ଡଵ ପ୍ରମୁଖ କହିଛନ୍ତି । ତେଣୁ ଦାବି ପ୍ରତି ତୁରନ୍ତ ସରକାର ଜିଲ୍ଲାବାସୀଙ୍କ ସ୍ବାର୍ଥକୁ ଦୃଷ୍ଟି ଦେଇ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ମହାସଭାରେ ଦାବି କରାଯାଇଛି ।