ସେମିଳିଗୁଡ଼ା/ ଦଶରଥ ମାଛ : କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ ଅନ୍ତର୍ଗତ କଙ୍କଡ଼ା ଆମ୍ବ ମାଳି ପର୍ବତ ଖଣି ଖନନକୁ ନେଇ ପ୍ରଥମେ ଜାନୁଆରୀ ୩୦ ତାରିଖରେ ହାଇକୋର୍ଟ ଜଣ ଶୁଣାଣୀ ହୋଇଥିଲା । ହାଇକୋର୍ଟ ନିର୍ଦ୍ଦେଶ ହେଲା ଯେ ଜାନୁଆରୀ ୭ ତାରିଖରେ କଙ୍କଡ଼ା ଆମ୍ବ ଠାରେ ଯେଉଁ ଜନ ଶୁଣାଣୀ ହୋଇଥିଲା । ସେଥିରେ ନିଜେ ନିଜର ସ୍ୱାଧିନ ମତ ଦେବା ପାଇଁ ସୁଯୋଗ ଦିଆଯାଇଥିଲା । ସେହି ଅନୁସାରେ ହାଇକୋର୍ଟ ଆମ କେସକୁ ସମାପ୍ତ କରି ପରିବେଶ ମନ୍ତ୍ରଣାଳୟକୁ ଆଗାମୀ ଅଭିଯୋଗ ୬ ପେବୃୟାରୀ ରଖିବା ପାଇଁ ଅନୁମତି ଦିଆଯାଇଛି । ପ୍ରକାଶ ତା ଉକ୍ତି ଭିମିଟା ଲେବ୍ରଟୋରୀ ଯେଉଁ ତଥ୍ୟ ହେଉଛି ତାହାକୁ ଠିକ ରୂପେ ଉଲ୍ଲେଖ କରି ନାହିଁ । ଆମ ଲୋକ ଦେଶିଆ,କୁୟି,କୁଭି ଭାଷାରେ ମତାମତକୁ ଅନୁବାଦ ନ କରି କମ୍ପାନୀ ତାହାର ତଥ୍ୟ ଦଖଲ କରିଛି । ତାହାକୁ ଆମେ ମାଳି ପର୍ବତ ସୁରକ୍ଷା ସମିତି ତରଫରୁ ଖଣ୍ଡନ କରୁଛୁ ।
ମାନ୍ୟବର ହାଇକୋର୍ଟର ନିର୍ଦ୍ଦେଶ ଅନୁସାରେ ଆମର ପୂର୍ଣ୍ଣାଙ୍ଗ ଭିଡ଼ିଓ, ସିଡ଼ି ସହିତ ଅନୁବାଧ ହୋଇଥିବା ଦେଶିଆ, କୁୟି, କୁଭିକୁ ପରିବେଶ ମନ୍ତ୍ରଣାଳୟକୁ ଅଞ୍ଚଳର ସ୍ୱାର୍ଥ ଦୃଷ୍ଟିରୁ ଆମର ଅନୁସଙ୍ଗିକ ତଥ୍ୟ ବୋଲି କୁ ପରିବେଶ ମନ୍ତ୍ରଣାଳୟ ହେବା ସତେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ମାଳି ପର୍ବତ ସୁରକ୍ଷା ସମିତି ତରଫରୁ ଏକ ସାମ୍ବାଦିକ ପ୍ରେସ ବିବୃତ୍ତିରେ ସେମିଳିଗୁଡ଼ା ବ୍ଲକ ରାଣିକୋଣା ଠାରେ ଅପରାହ୍ନ ୩ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ଖଣି ଆଇନ ଅନୁସାରେ ପ୍ରାବଧାନ ଅଛି କି ଯଦି କିଏ ଖଣି ଲିଜ ପାଇଲା ପରେ କୌଣସି କମ୍ପାନୀ ଖଣି ଆରମ୍ଭ ନ କରିବ ଦୁଇ ବର୍ଷ ଉର୍ଦ୍ଧ୍ବରେ ତାହା ହେଲେ ଖଣି ଲିଜ କେନ୍ସେଲ ବା ବାତିଲ ହେବା ଉଚିତ । ଏ କ୍ଷେତ୍ରରେ କମ୍ପାନୀ ଏବଂ ସରକାର ମଧ୍ୟରେ ମଧୁ ଚନ୍ଦ୍ରିକା ଥିବାରେ ସଂଙ୍କେତ ଜଳ ଜମି ଦେଖାଯାଉଛି । ମାଳି ପର୍ବତ ସୁରକ୍ଷା ସମିତି ଦାବି କରୁଛୁ ଯେ ପରିବେଶ ଓ ଖଣି ମନ୍ତ୍ରାଣାଳୟ ହିଣ୍ଡାଲକର ମାଳି ପର୍ବତ ଖଣି ବିଷୟରେ ସବୁ ତଥ୍ୟ ସିମିତି କୁ ପ୍ରଧାନ କରୁ । ଯଦି ଏହା ପରେ ହିଣ୍ଡାଲକକୁ ଖଣି ଲିଜ କିମ୍ବା ପରିବେଶ ମଞ୍ଜୁରୀ ମିଳେ ତେବେ ମାଳି ପର୍ବତ ସୁରକ୍ଷା ସମିତି । ଏହାକୁ ବିରୋଧ କରିବ ଏବଂ ଆଇନ ଗତ ଭାବରେ ଲଡ଼େଇ କରିବୁ ବୋଲି ମାଳି ପର୍ବତ ସୁରକ୍ଷା ସମିତି ପକ୍ଷରୁ ଚେତାବନୀ ଦେଇଛନ୍ତି ।