ଅନୁଗୋଳ / ସୁଧାକର ସାହୁ : ଅନୁଗୋଳ ଜିଲ୍ଲା ପଞ୍ଚମହଲା ସ୍ଥିତ ଆଦର୍ଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟ ଠାରେ ଆସନ୍ତା କାଲି ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହେବ । ସେଥି ପାଇଁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ କରାଯାଇଥିଲା। ପ୍ରଥମେ ପ୍ରଭୁଃ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ସ୍ଵାଗତ ସଙ୍ଗୀତ ଗାନ କରାଯାଇ ସାମ୍ବାଦିକ ସମ୍ମିଳନୀ ଆରମ୍ଭ ହୋଇଥିଲା। ଏହି ସାମ୍ବାଦିକ ସମ୍ମିଳନୀ ରେ ଆଦର୍ଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟର ପ୍ରତିଷ୍ଠାତା ମହେଶ ଚନ୍ଦ୍ର ଧଳ, PRO ବଂଶୀଧର ମିଶ୍ର, ଭାଇସ ପ୍ରିନ୍ସିପାଲ ପ୍ରଦୀପ କୁମାର ଦାସ, ଡାଇରେକ୍ଟର BSE ଡାକ୍ତର ଧରଣୀ ଧର ନାଥ, ଡାଇରେକ୍ଟର ACE ଅବନ୍ତୀ କାନ୍ତ ଷଡଙ୍ଗୀ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ପୂର୍ବ ବର୍ଷ ରେକର୍ଡ ୧୦୦୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।ଏହି ରକ୍ତ ଦାନ ଶିବିର ଟି ଓଡିଶା ମୋ ପରିବାର ର ଆହ୍ଵାନ କ୍ରମେ ଆଦର୍ଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟର ପ୍ରତିଷ୍ଠାତା ମହେଶ ଚନ୍ଦ୍ର ଧଳଙ୍କ ଦ୍ଵାରା ଅନୁଷ୍ଠିତ ହେବ।