ନୂଆଦିଲ୍ଲୀ-: ଆମର ଟାର୍ଗେଟ୍ ଆତଙ୍କବାଦ ଏବଂ ଆତଙ୍କବାଦୀ, ଆମର ଟାର୍ଗେଟ୍ ନା ପାକିସ୍ତାନ ସେନା ନା ପାକିସ୍ତାନ ନାଗରିକ, ଆମର ଲଢେଇ କେବଳ ଆଉ କେବଳ ଆତଙ୍କବାଦ ବିରୋଧରେ, ଆମର ମିଶନ ସ୍ପଷ୍ଟ ଏବଂ ଆମର ଟାର୍ଗେଟ୍ ସ୍ପଷ୍ଟ ବୋଲି କହିଛନ୍ତି ଏୟାର ମର୍ଶାଲ ଏ.କେ ଭାରତୀ ।
ଅପରେସନ ସିନ୍ଦୂରକୁ ନେଇ ତିନି ସେନା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ସମ୍ମିଳନୀରେ ଏୟାର ମର୍ଶାଲ ଏ.କେ ଭାରତୀ କହିଛନ୍ତି ଆମ ଲଢ଼େଇ ଆତଙ୍କବାଦ ଓ ଆତଙ୍କୀଙ୍କ ବିରୋଧରେ ଥିଲା, କିନ୍ତୁ ପାକିସ୍ତାନ ଏହାକୁ ଯୁଦ୍ଧ ଭାବେ ଗ୍ରହଣ କଲା । ଭାରତ କେବଳ ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ ହେଲା । ଆତଙ୍କୀ ଉପରେ ଆକ୍ରମଣକୁ ପାକ୍ ନିଜ ଉପରକୁ ନେଇଗଲା । ପାକିସ୍ତାନ ଆତଙ୍କବାଦକୁ ସମର୍ଥନ କରୁଛି । ଆତଙ୍କବାଦ ବିରୋଧରେ ଆମ ଲଢ଼େଇ ଜାରି ରହିବ। ଆତଙ୍କବାଦୀ ଠିକଣାକୁ ଟାର୍ଗେଟ କରିଛି ଭାରତୀୟ ସେନା । ଚୀନର ପିଏଏଲ-୧୫ ମିସାଇଲକୁ ଖସାଇବା ସହିତ ପାକିସ୍ତାନର ଡ୍ରୋନ ଆକ୍ରମଣକୁ ଆମେ ନିଷ୍କ୍ରିୟ କରିଛୁ କହିଛନ୍ତି ଏୟାର ମାର୍ଶଲ ଏକେ ଭାରତୀ ।
ଡିଜିଏମଓ ସ୍ତରୀୟ ପ୍ରେସମିଟରେ ଏୟାର ମାର୍ଶଲ ଏକେ ଭାରତୀ ସୂଚନା ଦେଇ କହିଛନ୍ତି କି କୌଣସି ବି ପରିସ୍ଥିତି ପାଇଁ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି । ଯଦି ଆଗକୁ ଲଢେଇ ହେବ ତେବେ ଫଳାଫଳ ସମ୍ପୂର୍ଣ୍ଣ ଅଲଗା ହେବ ବୋଲି ସେ କହିଛନ୍ତି । ଏଥିପାଇଁ ସମସ୍ତ ପ୍ରକାର କୌଶଳ ଆପଣାଉଛୁ ବୋଲି ସେ ସୂଚନା ଦେଇଛନ୍ତି ।